କଟକ / ଚନ୍ଦ୍ରଶେଖର ପତି : ମହାନତା ଦେଖାଇଲେ ବିଧାୟକ । କଟକ ସଦର ବିଧାୟକ ଇଂ ପ୍ରକାଣ ଚନ୍ଦ୍ର ସେଠୀ କଟକ ଯାଉଥିବା ସମୟରେ ନିଜ ଗାଡିରେ ଅହତଙ୍କୁ ମେଡିକାଲରେ ପହଞ୍ଚାଇ ଦେଖାଇଲେ ମହାନତା ।
ସୂଚନା ଅନୁଯାୟୀ, କଟକ ସଦର ପ୍ରତାପ ନଗରୀ ଡେଲଟା ଗଡା ନିକଟରେ ଏକ ବାଇକ ଆରୋହୀ ଭୁବନେଶ୍ୱର ରୁ ଆସୁଥିଲେ ହଟାତ ଭାରସାମ୍ୟ ହରାଇ ଏକ ସ୍କୂଟି ସହ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଉକ୍ତ ସ୍କୂଟି ରେ ମହିଳା ଙ୍କ ସମେତ ତାଙ୍କ ସ୍ୱାମୀ ଓ ଛୋଟ ପୁଅ ଥିଲେ କିନ୍ତୁ ଉକ୍ତ ସ୍କୂଟି ରେ ଥିବା ମହିଳା ଜଣକ ଆହତ ହୋଇଥିଲେ | ସେହି ସମୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏକ ଜରୁରୀ କାର୍ଯ୍ୟ ରେ କଟକ ଅଭୁମୁଖେ ଆସୁଥିବା ସମୟରେ ଦୁର୍ଘଟଣା ରେ ଆହତ ମହିଳାଙ୍କୁ ଦେଖି ତାଙ୍କୁ ଉଦ୍ଧାର କରିବା ସହିତ ନିଜ ଗାଡ଼ିରେ ଏସସିବି ମେଡିକାଲ କୁ ନେଇ ଆଶୁଚିକିତ୍ସା କରାଇବା ସହିତ ମହିଳା ଜଣଙ୍କୁ ତାଙ୍କ ଘର କେନ୍ଦ୍ରପଡା ପଠାଇଥିଲେ | ବିଧାୟକ ଶ୍ରୀ ସେଠୀ ଙ୍କ ଏହି ମହନୀୟତା କାର୍ଯ୍ୟ ପାଇଁ ଜନସାଧାରଣ ସମେତ କର୍ମୀ, ସଦର ବାସୀ ତାଙ୍କୁ ଭୃୟସୀ ପ୍ରଶଂସା କରିଛନ୍ତି |