ୟୁପି ସରକାରଙ୍କ ପଦକ୍ଷେପ, ରାସନ ସୁବିଧା ପାଇବେ ଭକ୍ତ..

0

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା କୁମ୍ଭମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦେଖିବାକୁ ମିଳେ । ଏହି କୁମ୍ଭମେଳା ୪୫ ଦିନ ଅର୍ଥାତ୍ ଫେବୃଆରୀ ୨୬ ପର୍ୟ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ପ୍ରାୟ ୫୦ କୋଟି ଭକ୍ତ ଆସିବେ ବୋଲି ଆଶା କରାଯାଉଛି। ମେଲାରେ ବହୁ ଭକ୍ତ ଆଗମନ ଏକ ନୂତ ନ ସହର ପ୍ରତିଷ୍ଠା ହେବା ଭଳି ମନେ ହେଉଛି ।

ତେବେ ଭକ୍ତଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ଏଠାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ସରକାର ରେସନ କାର୍ଡ ପ୍ରଦାନ କରୁଛନ୍ତି। ଯାହାଦ୍ୱାରା ସେମାନେ ରେସନ ଭଳି ସୁବିଧା ପାଇପାରିବେ ଜ୍ଝ ଉତ୍ତରପ୍ରଦେଶ ସରକାର ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଭକ୍ତମାନଙ୍କୁ ମାଗଣା ରାସନ ସହାୟତା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାର ମଧ୍ୟ ରାଜ୍ୟବାସୀଙ୍କ ପାଇଁ ନୂତନ ରାସନ କାର୍ଡ ପ୍ରଦାନ କରୁଛନ୍ତି। ଅଦ୍ୟାବଧି ସମୁଦାୟ ୨୫ ହଜାର ନୂତନ ରାସନ କାର୍ଡ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଲୋକ ରାସନ ସୁବିଧା ପାଇଛନ୍ତି।

ଏହା ନୁହେଁ ଯେ ସରକାର କେବଳ ମହାକୁମ୍ଭରେ ଉତ୍ତରପ୍ରଦେଶର ଲୋକଙ୍କୁ ରାସନ ସୁବିଧା ଯୋଗାଉଛନ୍ତି। ୱାନ ନେସନ ୱାନ କାର୍ଡ ସ୍କିମ ଅଧୀନରେ ଯେକୈାଣସି ରାଜ୍ୟର ରେସନ କାର୍ଡ ଧରିଥିବା ବ୍ୟକ୍ତିଙ୍କୁ ମହାକୁମ୍ବ ମେଲାରେ ମାଗଣା ରାସନ ଦିଆଯାଉଛି। ମହାକୁମ୍ବ ପାଇଁ ସମୁଦାୟ ୧୩୮ ଅସ୍ଥାୟୀ ରାସନ ଦୋକାନ ସ୍ଥାପନ କରାଯାଇଛି । ଯେଉଁଥିରୁ କୈାଣସି ରାସନ କାର୍ଡ ଧାରକ ଯାଇ ଏଠାରୁ ରାସନ ନେଇପାରିବେ ।