ଛୁଇଁଲେ ଭଲ ହେଉଛି ରୋଗ, ଭିଡ ଜମାଇଛନ୍ତି ଲୋକେ..

0

ମହାକୁମ୍ଭରେ ନଜର ଆସିଲେ ବାବା ଆର୍ତତ୍ରାଣ । ଛୁଇଁ ଦେଲେ ଭଲ ହୋଇଯାଉଛି ରୋଗ ।ଯାହାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ବାବା ଆର୍ତତ୍ରାଣଙ୍କ କଥା ଜାଣିଥିବେ ନିହାତି । କାରଣ ଐଶ୍ୱରିଅ ଶକ୍ତି ସାହାର୍ଯ୍ୟରେ ସ୍ପର୍ଶ କରି ରୋଗ ଭଲ କରିଦିଅନ୍ତି । ତେବେ ବର୍ତ୍ତମାନ ସେ ଓଡ଼ିଶାର ବାବା ଆର୍ତତ୍ରାଣ ମହାକୁମ୍ଭରେ ଲୋକଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି । ବାବା ଆର୍ତତ୍ରାଣ ମହାନିର୍ବାଣୀ ଆଖଡ଼ା ବାହାରେ ଶିବିର ସ୍ଥାପନ କରିଛନ୍ତି ଏବଂ ସେଠାରେ ଭକ୍ତମାନଙ୍କର ଏକ ଭିଡ଼ ଜମିଛି । ବାବା ଦାବି କରନ୍ତି ଯେ, ତାଙ୍କ ମନ୍ତ୍ରର ଶକ୍ତି ସାହାଯ୍ୟରେ ସେ ଦୁରାରୋଗ୍ୟ ରୋଗର ଚିକିତ୍ସା କରିପାରିବେ । ଲୋକମାନେ ତାଙ୍କୁ ଡାକ୍ତର ବାବା ବୋଲି ନାମ ଦେଇଛନ୍ତି ।

ମହାକୁମ୍ଭକୁ ଆସି ବାବା ଆର୍ତତ୍ରାଣ କହିଥିଲେ ଯେ, ସେ କିଛି ମିନିଟରେ ବଡ଼ ବଡ଼ ରୋଗ ଭଲ କରିପାରନ୍ତି । ଲୋକଙ୍କ ସହିତ କଥାବାର୍ତ୍ତା ସମୟରେ ବାବା କହିଥିଲେ ଯେ, ସେ ୨୦୧୧ ମସିହାରୁ ଦିବ୍ୟ ଚିକିତ୍ସା କରୁଛନ୍ତି ଏବଂ ଏପର୍ୟ୍ୟନ୍ତ ସେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ଚିକିତ୍ସା କରିସାରିଛନ୍ତି । ତାଙ୍କ ମନ୍ତ୍ର ସାହାଯ୍ୟରେ, ଛୋଟମୋଟ ରୋଗ ଏବଂ ଜୀବନଘାତକ ରୋଗ ମଧ୍ୟ ଆରୋଗ୍ୟ ହୋଇପାରିବ।


ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବାବା କହୁଥିବାର ଦେଖାଯାଉଛି ଯେ ପୂର୍ବରୁ ଲୋକମାନେ ୧୨୦ ବର୍ଷ ବଞ୍ଚି ରହୁଥିଲେ । ମୋ ଉପରେ ଗବେଷଣା ହେବା ଉଚିତ କାରଣ ମୁଁ ସେହି ରୋଗର ମଧ୍ୟ ଚିକିତ୍ସା କରେ ଯେଉଁଠାରେ ଡାକ୍ତରମାନେ ହାର ମାନି ନିଅନ୍ତି ।
ଏପରିକି ବାବା ଦାବି କରିଛନ୍ତି ଯେ ଯଦି ଆପଣ ତାଙ୍କ ନିକଟକୁ ଆସିପାରିବେ ନାହିଁ, ତେବେ ସେ ୟୁଟ୍ୟୁବ୍ ଏବଂ ଫୋନ୍ ମାଧ୍ୟମରେ ଚିକିତ୍ସା ମଧ୍ୟ କରିପାରିବେ। ଫୋନରେ କିଛି ମନ୍ତ୍ର ଜପ କରନ୍ତି ଏବଂ ରୋଗୀ ଘରେ ବସି ଆରାମ ପାଇଥାଏ। ତେବେ ବାବାଙ୍କ ଏହି ସ୍ପର୍ଶ ଥେରାପି ବିଷୟରେ ଡାକ୍ତରମାନେ ସହମତ ନୁହଁନ୍ତି। ଯେଉଁଥିପାଇଁ ଓଡିଶାରେ ମଧ୍ୟ ସେ ଅନେକ ଥର ବାବଦ ଘେରକୁ ଆସିଥିଲେ ।