ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପିଛା ଛାଡ଼ୁନି ବିବାଦ । ରାଜ୍ୟରେ ମମିତା ପରେ ଏବେ ଦେଖାଦେଇଛି ମାନସ ଝଡ଼ । ପୁଣି ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘେରିଛନ୍ତି ବିରୋଧୀ ।ତେବେ ଏଠାରେ ପ୍ରଶ୍ନ ଉଠୁଛି ମହାଲିଙ୍ଗ କଲେଜ ସହ ଦୟାଲ ଆଶ୍ରମର କଣ ରହିଛି ଲିଙ୍କ? ଆଶ୍ରମକୁ ଏତେ ଝିଅ ଆସନ୍ତି କେଉଁଠୁ ? ଆଉ କିଏ ଯୋଗାଏ ଆଶ୍ରମକୁ ଝିଅ?…
ମାନସ ହତ୍ୟାକୁ ନେଇ ଏବେ କମ୍ପୁଛି ରାଜ୍ୟ । ଜନତା ପରେ ମୁହଁ ଖୋଲିଛନ୍ତି ବିରୋଧୀ । ପରୀ, ମମିତା ଭଳି ଘଟଣାରେ ମନ୍ତ୍ରୀଙ୍କ ନାଁକୁ ଯେମିତି ହଟାଇ ଦିଆଗଲା ସେମିତି ମାନସ ଘଟଣାରେ ସମାନ ସ୍ଥିତି ଦେଖାଦେଇପାରେ ବୋଲି ବିରୋଧି କହୁଛନ୍ତି। ଏହି ମାମଲାକୁ ଯଦି କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇକୁ ଦିଆ ଯାଇଥାନ୍ତା, ତାହାଲେ ମାନସକୁ ନ୍ୟାୟ ମିଳିପାରନ୍ତା ବୋଲି କହିଛନ୍ତି ବିରୋଧି। ଏବେ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଛି ।ଆଉ ଠିକ୍ ଏହାରି ମଧ୍ୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜେଡ଼ି ନେତା ମନ୍ତ୍ରୀ ଦିବ୍ୟଶଙ୍କୁ ଟାର୍ଗେଟ କରି କହିଛନ୍ତି, ମାନସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କେବେ ହେଲେ ସତ ବାହାରକୁ ଆସିବନି । ତେଣୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦରକାର ବୋଲି ସେ ଗୃହରେ ଦାବି କରିଛନ୍ତି ।
ଅନ୍ୟପକ୍ଷେ ସନ୍ତୋଷ ସିଂ ସାଲୁଜାଙ୍କ ସହ ବିଜେପି ମଧ୍ୟ ଘଟଣାରେ ସ୍ୱର ମିଳାଇଛି । ସବୁଥିରେ କ୍ୟାବିନେଟ ମନ୍ତ୍ରୀମାନେ ସଂପୃକ୍ତ ଅଛନ୍ତି ବୋଲି ବିରୋଧି ମତ ଦେଉଛନ୍ତି । ସେପଟେ ବିରୋଧି ମହା ସଚେତକ ମୋହନ ମାଝୀ କହିଛନ୍ତି, ମନ୍ତ୍ରୀ ମାନଙ୍କୁ ଛାଡ଼ିବା ପାଇଁ କେବଳ ଲୋକ ଦେଖାଣିଆ କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି । କେବଳ ସିବିଆଇ ତଦନ୍ତ ହିଁ ସତ୍ୟକୁ ପଦାକୁ ଆଣିପାରିବ । ଅନ୍ୟପଟେ ଶର୍ମିଷ୍ଠାଙ୍କୁ ଏବଂ ତାଙ୍କ ସହୋଯୋଗୀଙ୍କୁ ଗିରଫ କରି ୧୦ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଉଭୟଙ୍କୁ ପଚରା ଉଚରା କରିବା ପରେ ମନ୍ତ୍ରୀ ଦିବ୍ୟଶଙ୍କର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଛଡ଼ା ଆଉ କେଉଁ ନେତାମନ୍ତ୍ରୀ ସର୍ମିଷ୍ଠାଙ୍କୁ ସହଯୋଗ କରନ୍ତି ତାହା ସାମ୍ନାକୁ ଆସିବ । ଏକଥା ଆମେ ନୁହଁ ବରଂ ମାନସଙ୍କ ମା ଦୁଇଜଣ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।