ଗଂଜାମ: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ମା ମହାମାୟୀ ଯାତ୍ରା । ଯେଉଁ ଯାତ୍ରା ଏକ ଐତିହାସିକ ଯାତ୍ରା କହିଲେ କିଛି ଭୂଲ ହେବ ନାହିଁ । କାରଣ ଏହି ଯାତ୍ରା ପ୍ରତି ବାରବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରାୟ 22 ଦିନ ଧରି ଏହି ଯାତ୍ରା ପାଳନ ହୋଇଥାଏ । ମା ମହାମାୟୀ ଦେଶି ବେହାରଙ୍କ ଘରକୁ ଅ।ସି ଅସ୍ତାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ସାତ ଭଉଣିଙ୍କୁ ସାଥିରେ ଧରି ଦୈନିକ ନଗର ଭ୍ରମଣ କରିଥାନ୍ତି । ଅ।ଉ ହୁଳୁହୁଳି ଓ ବାଦ୍ୟ ବାଜଣାରେ ପୁରା ସହର ଫାଟି ପଡୁଥିବା ବେଳେ 22 ଦିନ ଧରି ପୁରା ଉଛବ ମୁଖର ହୋଇଥାଏ ପୁରା ସହର । ମହାମାୟୀ ସାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପ୍ରସିଦ୍ଧ ଥିବା ବେଳେ ଏଠାରେ ମା ଙ୍କ ପାଦ ପୂଜା ପାଇ ଅ।ସୁଛନ୍ତି । ବ୍ରହ୍ମପୁରରେ ମୁଣ୍ଡ , ଶେରଗଡ ପିତଳ ଗାଁରେ ଗଣ୍ଡି ଓ କବିସୂର୍ଯ୍ୟନଗରରେ ପାଦ ପୂଜା ପାଉଥିବା ବେଳେ ମହାମାୟୀ ବ୍ରତ ନିମନ୍ତେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି ଏହି ସହରରେ ।
ତେବେ ମା ମହାମାୟୀ ପ୍ରତି ବାରବର୍ଷକୁ ଥରେ ନିଜ ବାପା ଘର ଦେଶି ବେହେରାଙ୍କ ଘରକୁ ଅ।ସିବା ପରେ ପୁରା ସହର ଉଛବ ମୁଖର ହେବା ସହ ପ୍ରାୟ 22 ଦିନ ଧରି ଯାତ୍ରା ପାଳନ କରାଯାଇଥାଏ । ମା ନିଜ ସାତ ଭଉଣିଙ୍କୁ ସାଥିରେ ନେଇ ଅସ୍ତାୟୀ ମଣ୍ଡପରେ ପୂଜା ପାଇବା ସହ ସଂଧ୍ୟା ସମୟରେ ହଜାର ହଜାର ଭକ୍ତଙ୍କ ଗହଣରେ ପୁରା ସହର ଭ୍ରମଣ କରିଥାନ୍ତି । ଅ।ଉ ମାଙ୍କୁ ଦର୍ଶନ କରିବା ପାଇଁ ପୁରା ସହର ଲୋକାରଣ୍ୟ ହୋଇଯାଇଥାଏ । ଏମିତି କି ଏହି ଯାତ୍ରା ବାର ବର୍ଷକୁ ଥରେ ପାଳନ ହେଉଥିବା ବେଳେ ସରକାରଙ୍କ ମଧ୍ୟ ସ୍ଵୀକୃତି ମିଳିଥାଏ ଏହି ଯାତ୍ରାକୁ । ମାଙ୍କ ଏହି ଯାତ୍ରାରେ ବାହାରେ ଥିବା ବନ୍ଧୁ ବାନ୍ଧବ ମାନେ ମଧ୍ୟ ଲୋକଙ୍କ ଘରକୁ ବାହୁଡା ଦେଉଥିବା ବେଳେ ଦିର୍ଘ ଦିନ ଧରି ଚାଲୁରହିଥାଏ ମାଙ୍କ ଯାତ୍ରା । ବିଶ୍ଵାସ ରହିଛି ଏହି ଯାତ୍ରା ଭାଗ୍ୟରେ ଥିଲେ ଦର୍ଶନ ମିଳିଥାଏ । କାରଣ ଗୋଟିଏ ଯୁଗ ଭଳି ବାର ବର୍ଷ ର ଅପୋକ୍ଷା କରିବାକୁ ପଡିଥାଏ । ଏଣୁ ଏହି ଯାତ୍ରାର ଏକ ସ୍ଵତର୍ନ୍ତତା ଥିବା ବେଳେ ବାଦ୍ୟ ବାଜଣା ଓ ଘଣ୍ଟ ତୁରି ସାଙ୍ଗକୁ ଭକ୍ତଙ୍କ ହୁଳୁହୁଳିରେ ପୁରା ସହର 22 ଦିନ ଧରି ପ୍ରକମ୍ପିତ ହୋଇଉଠିଥାଏ । ତେବେ ଏହି ଯାତ୍ରାରେ ଦଶ ପ୍ଳାଟୁନ ପୋଲିସ ଫୋର୍ଷ ନିୟୋଜିତ ଥିବା ବେଳେ ଚଳିତ ମାସ 13 ତାରିଖ ଠାରୁ ଅ।ରମ୍ଵ ହୋଇଯାଇଛି ଯାତ୍ରା । ଏହା ଅ।ସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି ।