ମାହାଙ୍ଗା ଡବଲ ମର୍ଡର ମାମଲା : ପ୍ରତାପଜେନାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ 

0

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ  ବିଜେଡି ନେତା ତଥା  ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି । ମାନ୍ୟବର ସୁପ୍ରିମକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବା ଜଣାଯାଇଛି ।  ୪ ସପ୍ତାହ  ଭିତରେ ମାମଲା ସମ୍ପର୍କରେ ଜବାବ ଦାଖଲ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସୁପ୍ରମିକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଛି । ମୃତ କୁଳମଣୀ ବରାଳଙ୍କ ପୁଅ ରଞ୍ଜିତ ବରାଳ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।