ଅରୁଣ ସାହୁଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ

0

ଭୁବନେଶ୍ୱର: ବିଜେଡ଼ି ବିଧାୟକ ଅରୁଣ ସାହୁ କହିଲେ, ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି ସରକାର । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଖର୍ଚ୍ଚ ହୋଇପାରୁନି । ବିଧାୟକ କହିଲେ, ଯଦି ଦୁର୍ନୀତି ହୋଇଛି, ତାଙ୍କ ଗୋଡ ଉପରକୁ କରିକି ବାଡାଅ । ନିର୍ବାଚିତ ପ୍ରତିନିଧି ମାନେ ଆନ୍ଦୋଳନ କରୁଥିଲେ, ତାଙ୍କୁ ଗୁଣ୍ଡା ଲଗାଇ ବାଡେଇଲେ । ପୋଲିସଙ୍କୁ ମଧ୍ୟ ବାଡେଇଛନ୍ତି । ରାଜ୍ୟରେ  ଆଇନ ଶୃଙ୍ଖଳା ରାଜ୍ୟରେ ବିଗିଡି ଗଲାଣି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗୁଣ୍ଡା ମାନଙ୍କ ଦ୍ଵାରା ମାଡ଼ ମରାଯାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେତେବେଳେ କରିବେ । ବାଚସ୍ପତି ନିର୍ଦ୍ଦେଶ ଦାବି କଲେ ଅରୁଣ ସାହୁ । ମାର୍ଚ୍ଚ 31 ସୁଦ୍ଧା ଗତ ବଜେଟ୍ ଖର୍ଚ୍ଚ କରନ୍ତୁ ସରକାର । ଯେଉଁ ମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ । ପୋଲିସର ମନୋବଳ ଭାଙ୍ଗି ଦିଆଯାଉଛି । ଏମିତି ହେଲେ ଆଇନ ଶୃଙ୍ଖଳା ବିଗିଡି ଯିବ । ଯଦି ଦୁର୍ନୀତି ହୋଇଛି, ତେବେ ତାଙ୍କୁ ବାନ୍ଧନ୍ତୁ ।

ଅରୁଣ ସାହୁଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । କୌଣସି ଠିକାଦାରଙ୍କ ବିଲ୍ ଅଟକ ରଖାଯାଇନାହିଁ । ଯେଉଁ ମାନେ ମାହାଙ୍ଗା ଯାଇଥିଲେ 4 ଜଣ ବିଜେଡ଼ି ନେତା । ପରୀ ହତ୍ୟାକାରୀ, pso ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ ନେତା ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ସେମାନେ ଆଇନ କଥା କହିବେ । 4 କଣ 40 ଗଲେ ବି ବିନା କାମ ରେ ବିଲ୍ ପାସ୍ ହେବନି ।

ବିଲ ପାସ ହୋଇନି ବୋଲି ସରପଞ୍ଚ, ଜିଲ୍ଲା ପରିଷଦ, ଚେୟାର ମ୍ୟାନ କେବେ ଧାରଣାରେ ବସନ୍ତି କି ? ସେଠାକୁ ଯାଇଥିବା ବିଧାୟକ ମାନେ ଗଣ୍ଡଗୋଳକାରୀ । ବିଧାୟକ ମାନେ ଯିବାରୁ ଗଣ୍ଡଗୋଳ ହେଲା । ବିଧାୟକ ମାନେ କାହିଁକି ଯାଇଥିଲେ, ଯେଉଁ 50 ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଞ୍ଚାୟତ ପ୍ରତିନିଧି ମାନେ କଣ ଠିକାଦାର ? ବାଚସ୍ପତିଙ୍କ ରୁଲିଂ ଦାବି କଲେ ମାହାଙ୍ଗା ବିଧାୟକ । ମାହାଙ୍ଗାରେ 10 ବର୍ଷ ଭିତରେ କେତେ ଆଇନ ଶୃଙ୍ଖଳା ଚାଲିଥିଲା । ଯେଉଁ ବିଧାୟକ ମାନେ ଯାଇଥିଲେ ସେମାନେ କୁହନ୍ତୁ ।