(ପୁରୀ): ଅନଲାଇନରେ ମହାପ୍ରସାଦ ବିକ୍ରି ଘଟଣାକୁ ନେଇ ଥାନାରେ ମାମଲା ଦାୟର ହୋଇଛି । ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୂଣ୍ଟିଆ ଏନେଇ ମାମଲା ଦାୟର କରିଛନ୍ତି । ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ମନ୍ଦିର ସେବାୟତ ଏହାକୁ ନିନ୍ଦା କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେଇଛନ୍ତି । ପୁର୍ବରୁ ଆମାଜନ ପକ୍ଷରୁ ଅନଲାଇନରେ ନିର୍ମାଲ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ସୁଆର ମହାସୁଆର ନିଯୋଗ ପକ୍ଷରୁ ଲିଖିତ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁରେ ଏତାଲା ଦାୟର କରିଥିଲା ।