ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଦମ୍ୟ ପ୍ରଚେଷ୍ଟା ଥିଲା ଅତୁଳନୀୟ

0

ଗଜପତି-: ଗଜପତି ଜିଲ୍ଲା କାଶୀନଗର ବ୍ଲକର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ବ୍ରୋଞ୍ଜରେ ନିର୍ମିତ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ । ଏହି ଶୁଭ ଉଦଘାଟନ ରେ ସାଂସଦ ଏବଂ ବିଧାୟକ ସମେତ ଜିଲ୍ଲାପାଳ ବିଜୟ କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲାସାୟାମ୍ମା, କାଶୀନଗର ଏନଏ ସି ଅଧ୍ୟକ୍ଷା ଏମ. ସୁଦ୍ଧା ରାଣୀ, କାଶୀନଗର ଏନଏ ସି ଉପାଦକ୍ଷ ରଘୁରାମ ସାହୁ ଏବଂ ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ନବଉତ୍କଳର ନିର୍ମାତା ରୂପେ ସର୍ବଜନ ବିଦିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଉତ୍କଳମାତାର ସେବାରେ ନିଜକୁ ନିୟୋଜିତ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ୧୮୯୨ ମସିହା ଅପ୍ରେଲ ୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ରାଜପରିବାରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପିତା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମାତା ରାଧାମଣି ଦେବୀଙ୍କର କୋଳମଣ୍ଡନ କରିଥିଲେ। ୧୯୨୪ ମସିହା ମଇ ମାସ ୨୫ ତାରିଖରେ ୮୨ ବର୍ଷ ବୟସରେ ପାରଳାଖେମୁଣ୍ଡି ସହରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଥିଲା ଅତୁଳନୀୟ। ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ତଥା ସୁଶାସକ ଥିଲେ।