ଟାଟା ହାତେଇଲା ଏୟାର ଇଣ୍ଡିଆ; ୧୮ ହଜାର କୋଟିରେ ହେଲା ଫାଇନାଲ୍
ଦୀର୍ଘ ଦିନର ଅପେକ୍ଷା ପରେ ଏବେ ସରକାରୀ ବିମାନ ସଂସ୍ଥା ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଛି । ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ବିମାନ ସଂସ୍ଥାକୁ କିଣି ନେଇଛି।
(ଦିଲ୍ଲୀ) : ଦୀର୍ଘ ଦିନର ଅପେକ୍ଷା
ପରେ ଏବେ ସରକାରୀ ବିମାନ ସଂସ୍ଥା ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଛି । ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ବିମାନ ସଂସ୍ଥାକୁ କିଣି ନେଇଛି। ଏନେଇ ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଏସେଟ୍ ମ୍ୟାନେଜ୍ମେଣ୍ଟ(DIPAM)ର ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସବୁ କାଗଜପତ୍ର କାମ ସରିଯିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆରେ କାମ କରୁଥିବା କର୍ମଚାରୀମାନେ ଏକ ବର୍ଷ ପାଇଁ ଚାକିରିରେ ରହିବେ। ଏହାପରେ ଦ୍ୱିତୀୟ ବର୍ଷ ବେଳକୁ ସେମାନେ ସ୍ୱେଚ୍ଛାକୃତ ଭାବେ ଅବସର ନେଇପାରିବେ ବୋଲି ତୁହିନକାନ୍ତ ପାଣ୍ଡେ କହିଛନ୍ତି। ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ବିମାନ ସଂସ୍ଥାକୁ କିଣି ନେଇଛି। ଏନେଇ ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଏସେଟ୍ ମ୍ୟାନେଜ୍ମେଣ୍ଟ(DIPAM)ର ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।