ପରୀକ୍ଷାରେ କର୍ମ ମାର୍କ ରଖିଲେ ବୋଲି ଝିଅକୁ ମାରିଦେଲେ ବାପା । ୧୭ ବର୍ଷୀଆ ଝିଅ ନିଟ୍ ମକ ଟେଷ୍ଟରେ କମ ନମ୍ବର ରଖିବାରୁ ରାଗିଯାଇ ନିଜ ଜନ୍ମକଲା ଝିଅକୁ ପିଟି ପିଟି ମାରିଦେଲେ । ଏହି ଘଟଣାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ ବର୍ଷୀୟ ପ୍ରିନ୍ସିପାଲ ଥିବା ଅଭିଯୁକ୍ତ ଧୋଣ୍ଡିରାମ ଭଗବାନ ଭୋସଲେଙ୍କୁ ଗିରଫ କରାଯାଇ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।
ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ସାଙ୍ଗଲିରେ ସୂଚନା ମୁତାବିକ ୧୭ ବର୍ଷୀୟା ସାଧନା ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ସାଧନା ଦଶମ ବୋର୍ଡ ପରୀକ୍ଷାରେ ୯୨.୬୦% ନମ୍ବର ପାଇଥିଲେ। ସେ ଗୋଟିଏ ବର୍ଷ ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷା NEET ପାଇଁ ପ୍ରସ୍ତୁତି କରୁଥିଲେ। ଅଭିଯୁକ୍ତ ବାପା ଧୋଣ୍ଡିରାମ ଭୋସଲେ ଜଣେ ସ୍କୁଲ ପ୍ରିନ୍ସିପାଲ।
ସାଧନା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ସମ୍ପ୍ରତି ଏକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିଲେ । ତାଙ୍କ ମାଆ ପ୍ରୀତି ଭୋସଲେ ପୁଲିସରେ ଅଭିଯୋଗ କରିଛନ୍ତି ଯେ ସାଧନାଙ୍କ କମ୍ ନମ୍ବର ପାଇଁ କ୍ରୋଧିତ ଧୋଣ୍ଡିରାମ ଶୁକ୍ରବାର ରାତିରେ ତାଙ୍କୁ କାଠ ବାଡ଼ିରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ କହିଛି ଯେ ଆକ୍ରମଣରେ ସାଧନା ଗୁରୁତର ଆହତ ହୋଇଥିଲେ । ପରଦିନ ସକାଳେ, ତାଙ୍କ ମାଆ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନେଇଯାଇଥିଲେ । ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ, ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।