ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ବିଗତ ୪୪ ବର୍ଷର ରେକର୍ଡ ଭାଙ୍ଗିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାରାଷ୍ଟ୍ରରେ ୫ବର୍ଷ କାର୍ଯ୍ୟକାଳ ଶେଷ କରିବାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ପୂର୍ବରୁ କେବଳ ବସନ୍ତ ରାଓ ନିଜର ୫ ବର୍ଷ କାର୍ଯ୍ୟକାଳ ଶେଷ କରିଥିଲେ । ଏହାବ୍ୟତୀତ ଅନ୍ୟ ଯେଉଁମାନେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି, ସେମାନେ କୌଣସି ନା କୌଣସି କାରଣରୁ କାର୍ଯ୍ୟକାଳ ଶେଷ କରିପାରିନାହାଁନ୍ତି । ଏପଟେ ବିଧାନଓଭା ନିର୍ବାଚନ ପୂର୍ବରୁ ମହାଜନାଦେଶ ଯାତ୍ରାରେ ବାହାରି ଶଗଡରେ ପଚାର କରୁଥିବା ଦେଖିବାକୁ ମିଳୁଛି । ଏଥିରେ ସେ ନିଜେ ବଳଦ ଗାଡିର ଲଗାମ ଧରି ଗାଡି ଚଳାଉଥିବା ମଧ୍ୟ ନଜରରେ ଆସିଛନ୍ତି । ଯାହା ଏବେ ସୋସିଆଲ ମେଡିଆରେ ଭାଇରାଲ ହୋଇଛି । ଏହି ପ୍ରଚାର ଯାତ୍ରାରେ ଦେବେନ୍ଦ୍ରଙ୍କ ସହିତ ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ପାଟିଲ ମଧ୍ୟ ସାମିଲ ଥିଲେ ।