ଋଷରେ ଗାନ୍ଧୀଙ୍କୁ ଅପମାନ,ଋଷୀୟ ବିୟର କେନରେ ମହାତ୍ମାଙ୍କ ପ୍ରତିଛବି…

0

ଋଷରେ ଭାରତର ଜାତୀୟ ପିତାଙ୍କୁ କରାଯାଇଛି ଅପମାନ । ଋଷୀୟ ବିୟର କେନରେ ମହାତ୍ମା ଗାନ୍ଧିଙ୍କ ଫଟୋ ଦେଖିବାକୁ ମିଳିଥିଲା । ଯାହାର ଭିଡି ଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ରେଭର୍ଟ ବ୍ରାଣ୍ଡର ହାଜି IPA ବିୟର କ୍ୟାନରେ ଗାନ୍ଧୀଙ୍କ ଫଟୋ ଏବଂ ଦସ୍ତଖତ ମୁଦ୍ରିତ ହୋଇଛି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ ୨୦୧୯ ମସିହାରେ, ଏକ ଚେକ୍ ବିୟର କାରଖାନା ଗାନ୍ଧୀ-ଥିମ୍ IPA ବ୍ରାଣ୍ଡ କରିଥିଲା, ଯାହାକୁ ସମାଲୋଚନା ପରେ ପରିବର୍ତ୍ତନ କରାଯାଇଥିଲା। ୨୦୧୯ ମସିହାରେ, ଏକ ଇସ୍ରାଏଲୀ କମ୍ପାନୀ ମଦ ବୋତଲରେ ଗାନ୍ଧୀଙ୍କ ଫଟୋ ବ୍ୟବହାର କରିବା ପାଇଁ କ୍ଷମା ମାଗିଥିଲା। ଦଶ ବର୍ଷ ପୂର୍ବେ, ହାଇଦ୍ରାବାଦ କୋର୍ଟରେ ଏକ ମାମଲା ଦାୟର ହେବା ପରେ ଏକ ଆମେରିକୀୟ କମ୍ପାନୀକୁ ତାର ବିୟର ଉତ୍ପାଦରୁ ଗାନ୍ଧୀଙ୍କ ଚିତ୍ର ହଟାଇବାକୁ ପଡିଥିଲା।

ଭାରତୀୟ ବଂଶୋଦ୍ଭବ ଲୋକମାନେ ସୋସିଆଲ ମିଡିଆରେ କଡ଼ା ପ୍ରତିବାଦ କରିଥିଲେ ଏବଂ ଏହାକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସାରା ଜୀବନ ମଦ୍ୟପାନ ପରିହାର ପାଇଁ ସମର୍ଥନ କରୁଥିବା ଗାନ୍ଧୀଙ୍କ ପ୍ରତିଛବି ଏକ ମଦ ଉତ୍ପାଦରେ ବ୍ୟବହାର ହୋଇଥିବାରୁ ଲୋକମାନେ କ୍ରୋଧିତ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଉତ୍ପାଦଗୁଡ଼ିକ ଖୁବ୍ ଶୀଘ୍ର ନିଷିଦ୍ଧ ହୋଇପାରେ।