କିକ୍ରେଟକୁ ବାଏ ବାଏ କହିବେ ମାହି

0

(ଅନୁସ୍ୱୟା)ଭୁବନେଶ୍ୱର: ବିଶ୍ଵକପ ପରେ କିକ୍ରେଟକୁ ବାଏ ବାଏ କହିବେ ମହେନ୍ଦ୍ର ସିଂହ ଧୋନୀ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଏବେ ଜୋର ଧରିଛି। କୁହାଯାଉଛି, ଭାରତର ଚଳିତ ବିଶ୍ୱକପ ଅଭିଯାନ ସହ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ଗତ କିଛି ସିରିଜ ଓ ବିଶ୍ୱକପ ମ୍ୟାଚ୍ ଦେଖିଲେ ଲାଗୁଛି ଧୋନି ପୂର୍ବ ଭଳି ଖେଳୁ ନାହାନ୍ତି। ଧିମା ବ୍ୟାଟିଂ ନେଇ ତାଙ୍କୁ ସମାଲୋଚନାର ଶିକାର ହେଉଛନ୍ତି ମାହି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ବିଶ୍ଵକପ୍ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ଅବସର ନେବେ। ପିଟିଆଇ ସିବିଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ ଦାବି କରିଛି ଯେ, ମହେନ୍ଦ୍ର ସିଂହ ଧୋନୀ ବିଶ୍ଵ କପରେ ହିଁ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବେ ଏବଂ ଏହା ପରେ ଅବସର ନେବେ।

ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଧୋନୀ ୫୨ ବଲରୁ ୨୮ ରନ କରିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ତାଙ୍କର ଏହି ବ୍ୟାଟିଂକୁ ନେଇ କେବଳ ପ୍ରଶଂସକ କି କ୍ରିକେଟ୍ ବିଶେଷଜ୍ଞ ନୁହନ୍ତି ସଚିନ ତେନ୍ଦୁଲକର ମଧ୍ୟ ନିରାଶ ବ୍ୟକ୍ତ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଅନ୍ତିମ ଓଭରଗୁଡିକରେ ବଡ଼ ସର୍ଟ ଖେଳିବାରେ ବିଫଳ ହେବା କାରଣରୁ ଧୋନୀଙ୍କ ଖୁବ୍ ସମାଲୋଚନା ହୋଇଛି। ବିଶ୍ଵକପରେ କ୍ରମାଗତ ସ୍ପିନରଙ୍କ ସାମ୍ନାରେ ଧୋନୀଙ୍କୁ ସଂଘର୍ଷ କରିବାକୁ ପଡୁଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ଧୋନୀଙ୍କୁ ଅସହଜ ହୋଇଥିଲା।