ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ । ଖବରରୁ ପ୍ରକାଶ ଗତ ଗୁରୁବାର ସକାଳେ ହିନ୍ଦୋଳ ବ୍ଲକ କଡଲା ପଂଚାୟତର ସ୍ବର୍ଗତ ମଧୁସୂଦନ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୩୦) ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବାବେଳେ ବଣୁଆ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ହାତୀ ଆକ୍ରମଣରେ ଦୀପକଙ୍କ ମୃତ୍ୟୁ ଘଟଣା ଖବରପାଇ ଢେଙ୍କାନାଳ-ଅନୁଗୋଳର ପୂର୍ବତନ ସାଂସଦ ତଥା ତାଳଚେର, ପାଲଲହଡାର ପୂର୍ବତନ ବିଧାୟକ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଶ୍ରୀ ମହେଶ ସାହୁ ଆଜି ମୃତ ଦୀପକଙ୍କ ମା ଓ ପରିବାର ବର୍ଗଙ୍କୁ ତାଙ୍କ କଡ଼ଲା ଗ୍ରାମସ୍ଥ ଘରେ ଭେଟି ଶୋକପ୍ରକାଶ କରି ସମବେଦନା ଜଣାଇ ସାନ୍ତ୍ୱନା ଦେବାସହ ଅମରଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହଯୋଗ କରିଛନ୍ତି । ଏଥିସହ କିପରି ମୃତକ ପରିବାର ସରକାରୀ ସହାୟତା ପାଇ ପାରିବେ ସେଥିପାଇଁ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି । ପୂର୍ବତନ ସାଂସଦଙ୍କ ସହ ବିଜେଡି ରାଜ୍ୟ ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକ, ବିଜେଡି ଜିଲ୍ଲାସମ୍ପାଦକ ହିନ୍ଦୋଳ ଏନଏସି କାର୍ୟ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ବେହେରା, ଯୁବବିଜେଡି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ,ବିଜେଡି ନେତ୍ରୀ ହିନ୍ଦୋଳ ବିଜେଡି ସଭ୍ୟସଂଗ୍ରହ କୋର୍ଡିନେଟର ସଂଯୁକ୍ତା ବେହେରା, ବିଜେଡି କାର୍ୟ୍ୟକର୍ତ୍ତା ଆଇଟି ସେଲର ଶ୍ରୀକାନ୍ତ ମହାପାତ୍ର, ଶୁଭେନ୍ଦୁ ଦାସ, ପୂର୍ବତନ କଡଲା ସରପଞ୍ଚ ସନ୍ତୋଷ ଗଡ଼ନାୟକ ପ୍ରମୁଖ ସାମିଲ ହୋଇ ମୃତକ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ପୂର୍ବତନ ସାଂସଦ ମହେଶ ସାହୁ କ୍ଷମତାରେ ଥିବାବେଳେ ଯେମିତି ସାଧାରଣ ଜନତାଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ ଏବେ କ୍ଷମତାରେ ନଥାଇବି ସାମିଲ ହେବା ଏବଂ କୌଣସି ବ୍ୟତିକ୍ରମ ନଥିବା କୁ ନେଇ ହିନ୍ଦୋଳ ନିର୍ବାଚନ ମଣ୍ଡଳୀସହ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।