ଗଞ୍ଜାମ/ହରପ୍ରସାଦ ବିଶୋଇ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମିଶନଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ବ୍ଲକ ସଂଯୋଜକ ଦିଲ୍ଲୀପ ବେହେରା ଓଏଲମ ବିପିଏମ ଜ୍ଞାନ ରଞ୍ଜନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ୟ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସୁଥିବା ୫୦୭ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଥମ ପର୍ୟାୟରେ ୩ ଲକ୍ଷ ଲେଖାଏଁ ଋଣ ସହାୟତା ପ୍ରଦାନ କରାଯାଇଛି । ଏଥିରେ ୧୧ ଟି ବ୍ୟାଙ୍କ ଭାଗନେଇଥିଲେ । ଏହି ଅର୍ଥ ରାଶିରେ ମହିଳା ମାନେ ନିଜ ଅଞ୍ଚଳ ରେ ବିଭିନ୍ନ ପ୍ରକାର କୃଷି ଆନୁସଙ୍ଗିକ କୃଷି ଓ ବାଣିଜ୍ୟ ଭିତ୍ତିକ କାର୍ୟ୍ୟକ୍ରମ ହାତକୁ ନେଇ ଆର୍ଥିକ ଓ ସାମାଜିକ ଭାବେ ସ୍ଵଛଳ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଧାୟିକା ଆଲୋଚନା କରିଥିଲେ । ମିଶନ ଶକ୍ତି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅନନ୍ୟ ଅବଦାନ । ଏଥିସହ ବିଧାୟିକା ଶେରଗଡ଼ ବ୍ଲକ ରେ ରାଜ୍ୟ ର ସର୍ବ କନିଷ୍ଠ ବ୍ଲକ ଅଧକ୍ଷା ଥିବା ବେଳେ ମିଶନ ଶକ୍ତି ଆରମ୍ବ ସମୟରେ ଅନୁଭୂତି ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ ଆଜି ମିଶନ ଶକ୍ତି କେଉଁ ଭଳି ଭାବେ ମା ମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଆଲୋଚନା କରିଥିଲେ ଜ୍ଝକାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କେ. ରାଜଲଷ୍ମୀ ଦୋରା,ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜଳି ଭୂୟାଁ,ବିଡ଼ିଓ ବେଦବର ପ୍ରଧାନ,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଁ ଓ ବିଭିନ୍ନ ବ୍ୟାଙ୍କ ର ମ୍ୟାନେଜର ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।