ଭାରତ ବିରୁଦ୍ଧରେ ଲେଖି ଟ୍ରୋଲର ହେଲେ ମାହିରା ଖାନ୍

0

ନୂଆଦିଲ୍ଲୀ-: ଭାରତୀୟ ସେନାଙ୍କ ଦ୍ବାରା ପାକିସ୍ତାନ ଉପରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ସବୁ ଜାଗାରେ ଖୁସିର ମାହୋଲ ଦେଖିବାକୁ ମିଳୁଛି ।  ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଏହି ଅପରେସନକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । କିନ୍ତୁ ପାକିସ୍ତାନୀ କଳାକାରମାନେ ଭାରତୀୟ ଅପରେସନକୁ ନିନ୍ଦା କରିଛନ୍ତି । ଅନେକ ମଧ୍ୟ କଳାକାର ରହିଛନ୍ତି ଯେଉଁମାନେ ଏହି ବାବଦରେ  କହି ନିଜ ସୋସିଆଲ ପେଜରେ କୁତ୍ସିତ କରି ଲେଖି ଅପଲୋଡ କରୁଛନ୍ତି । ସେହି ପାକିସ୍ତାନୀ କଳାକାରମାନଙ୍କ ମଧ୍ୟରେ ମାହିରା ଖାନ ସାମିଲ ଅଛନ୍ତି । ମାହିରା ଖାନଙ୍କୁ ଟାର୍ଗେଟ କରି ବିଗ୍ ବସର ୧୮ଫେମ୍ ଅଭିନାଶ ମିଶ୍ର କହିଛନ୍ତି  ଓ ମାହିରା ଦିଦି , ପାକିସ୍ତାନୀଙ୍କୁ ଆମେ ଦୋଷ ଦେଉନାହୁଁ । ପୁରା ଦୁନିଆ ଏହାର ପ୍ରମାଣ ପାଇସାରିଛି ବୋଲି  ସେ ଲେଖିଛନ୍ତି । କିନ୍ତୁ ଏବେ କାମ ଖୋଜିବାକୁ ଭାରତକୁ ଆସନ୍ତୁ ନାହିଁ ବୋଲି କହିଛନ୍ତି ଅଭିନାଶ । ଭର୍ତ୍ସନା କରି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଦର୍ଶକଙ୍କଠାରୁ ଅନେକ ଭଲପାଇବା ହାସଲ କରିଛନ୍ତି । ତେଣୁ ଏହି ବାବଦରେ କହିବା ଲଜ୍ଜ୍ୟାଜନକ ଅଟେ । ଯାହାକୁ ନେଇ ବର୍ତ୍ତମାନ ମାହିରା ଟ୍ରୋଲର ଶିକାର ହୋଇଛନ୍ତି ।

ଅନ୍ୟପଟେ ମାହିରା ଖାନ୍ ତାଙ୍କ ସୋସିଆଲ ପେଜରେ ଏକ ପୋଷ୍ଟ ସେୟାର କରିଥିବା ନଜର ଆସିଛି । ଯେଉଁଥିରେ ସେ କହିଛନ୍ତି ଯେ, ସେ ଏଭଳି ଦେଶରେ କାମ କରିବାର ସୁଯୋଗ ପାଇଛନ୍ତି ଯେଉଁଥିରେ ତାଙ୍କ ମନ କଥାକୁ କହିବାରେ ବାରଣ କରାଯାଉନାହିଁ । ଏହା ବ୍ୟତୀତ ପ୍ରମାଣ ନଥାଇ ପାକିସ୍ତାନ ବରୋଧରେ ଆରୋପ ଲଗାଇବାକୁ ମନା କରିଛନ୍ତି । ଆହୁରି ମଧ୍ୟ ଭାରତ ବିଷୟରେ କହିଛନ୍ତି । ଯାହା ଫଳରେ ତାଙ୍କୁ ଟ୍ରୋଲ କରାଯିବା ଆରମ୍ଭ ହୋଇଯାଇଛି ।