୧୬ ତମ ବୋଲଗଡ଼ ମହୋତ୍ସବ ଆଶା ୨୦୧୯ ଉଦଘାଟିତ

0

(ବୋଲଗଡ଼ / ସୁରେଶ କୁମାର ସାମନ୍ତରାୟ ): ବୋଲଗଡ଼ର ଐତିହ୍ୟ , ସଂସ୍କୃତି ପରମ୍ପରା ସହିତ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣରେ ଉଦଘାଟିତ ହୋଇଛି ୧୬ ତମ ବୋଲଗଡ଼ ମହୋତ୍ସବ ଆଶା ୨୦୧୯ । ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ମୁକ୍ତାକାଶ ପ୍ରଦର୍ଶନ ମଣ୍ଡପରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପୋରୋହିତ୍ୟ କରିଥିଲେ । ଉଦଘାଟକ ତଥା ମୁଖ୍ୟଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ମହୋତ୍ସବର ବରିଷ୍ଠ ଉପଦେଷ୍ଟା ଐତିହାସିକ ରବିନ୍ଦ୍ର କୁମାର ପରିଜା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଚଳିତ ବର୍ଷ ସମସ୍ତ ଦିବଂଗତ ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳୀ ଦେବା ସହିତ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମଂଚାସିନ ଅତିଥି ମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ରାଜ୍ୟ ହାଉସିଙ୍ଗ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର , ମହୋତ୍ସବର ଉପଦ୍ଦେଷ୍ଟା କୃଷ୍ଣ ମୋହନ ପାଲଟାସିଂହ , ମହୋତ୍ସବ କମିଟିର ସଂପାଦକ ବିର କିଶୋର ଦାସ , ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱନୀ ପଟ୍ଟନାୟକ , ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା , ସରପଚଂ ବବିତା ସାହୁ , ଜୟକୃଷ୍ଣ ଦଳ ବେହେରା ପ୍ରମୁଖ ମାଞ୍ଚାଶୀନ ଥିଲେ । ଉଦଘାଟନି ସଂନ୍ଧ୍ୟାରେ ମୁକ୍ତାକାଶ ମଂଚରେ ଭୁବନେଶ୍ୱରରୁ ଆସିଥିବା ରାଜକିଶୋର ଓଡ଼ିଶୀ ନୃତ୍ୟନୁଷ୍ଠାନ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ଉଦଘାଟନୀ ସଂନ୍ଧ୍ୟାରେ ମୁକ୍ତାକାଶ ମଂଚରେ ଭୁବନେଶ୍ୱରରୁ ଆସିଥିବା ରାକିଶୋର ଓଡ଼ିଶୀ ନୃତ୍ୟାନୁଷ୍ଠାନ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବେଲପଡ଼ାର ରାଜପୁତ ପାଇକ ଅଖଡ଼ା ଦ୍ୱାରା ମାଲଖମ୍ବୀ ପ୍ରଦର୍ଶନ , ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ବଲାଙ୍ଗୀରର ଢୋଲମହୁରୂ ସାଥରକୁ ବେଗୁନିଆର ନଟରାଜ ଡ଼୍ୟାନ୍ସ ଗୃପ ର ମଡ଼ର୍ଣ୍ଣ ଡ଼୍ୟାନ୍ସ ପରିବେଷିତ ହେଇଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ମୀନା ବଜାର , ରାମ ଦୋଳି, ବିଭିନ୍ନ ପ୍ରକାର ଦୋକାନରେ ଦର୍ଶକଙ୍କ ଭିଡ଼ ଜମି ରହିଥିଲା । ବିଭିନ୍ନ ଅଂଚଳରେ ଖାଦ୍ୟ ସାମଗ୍ରୀ ଓ ଫାଷ୍ଟଫୁଡ଼ ଦୋକାନ ମାନ ଦେଖିବାକୁ ମିଳିଛି । ବିଶେଷ ଭାବେ ଘରକରଣା ସାମଗ୍ରୀ ସାଥୀକୁ ପାରମ୍ପରିକ ଜିନିଷ ଗୁଡ଼ିକ ବିପଣନ ଏଠାରେ ଦେଖିବାକୁ ମିଳିଥିଲା । ପ୍ରବଳ ଶିତ ସତ୍ତେ୍ୱ ଚଳିତ ବର୍ଷ ମହୋତ୍ସବ ଲୋକଉତ୍ସବ ଭଳି ଲୋକରଣ୍ୟ ହୋଇଥିଲା । ସ୍ଥାନୀୟ ଅଂଚଳ ସମେତ ବାହାର ଅଂଚଳରୁ ପ୍ରତି ଦିନ ହଜାର ହଜାର ସଂଖ୍ୟାର ଲୋକେ ଏହି ଯାତ୍ରା ଦେଖିବାକୁ ଆସୁଛନ୍ତି । ମହୋତ୍ସବ କମିଟିର ସଂପାଦକ ନାରାୟଣ ମାର୍ଥୀ ଧନ୍ୟବାଦ ଅର୍ପଣ କରିଥିଲେ ।