(କନ୍ଧମାଳ) : ପାହାଡକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ ମା କିନ୍ତୁ ଯେଉଁ ଦୃଶ୍ୟ ଦେଖିଲେ ତାହା ଆପଣ ଶୁଣି ଆଶର୍ଯ୍ୟା ହୋଇଯିବେ । ମହୁଲ ଗୋଟେଇବାକୁ ଯାଉଥିବା ସମୟରେ ଝିଅର ଝୁଲନ୍ତା ମୁତଦେହ ଦେଖି ଅବାକ ହେଇଗଲେ ମା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗି ଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ପୁଟୁକିପଡ଼ାରେ ଏହା ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନ ହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ତଦନ୍ତ କାରୀ ଅଧିକାରୀ କହିଛନ୍ତି ।
ସୂଚାନୁଯାୟୀ , ପାହାଡ଼ରେ ଥିବା ଏକ ମହୁଲ ଗଛରେ ଯୁବତୀଙ୍କ ମୃତଦେହ ଝୁଲୁଥିଲା । ମୃତକ ଜଣଙ୍କ ପୁଟୁକିପଡ଼ା ଗ୍ରାମର କିସ୍ତାରା ମଳିକଙ୍କ ଝିଅ ହରପ୍ରିୟା ମଲିକ ବୋଲି ଜଣାପଡିଛି । ହରପ୍ରିୟା ଗତ ମଙ୍ଗଳବାରଠାରୁ ଘରୁ କାହାକୁ ନଜଣାଇ କୁଆଡେ ଚାଲିଯାଇ ଥିଲେ। ତେବେ ସକାଳୁ ସକାଳୁ ଯୁବତୀଙ୍କ ମା’ ପାହାଡ଼କୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ତାଙ୍କ ଝିଅ ମହୁଲଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ।