ଭୁବନେଶ୍ୱର: ଦେଶୀ ମଦ ସହ ଜଣେ ଗରିଫ । ସଲିଆସାହି ନିକଟରେ ଜଣେ ମହିଳା ଦେଶୀ ମଦ ବିକ୍ରି କରୁଥିବା ବେଳେ ଗିରଫ କରିଛି ମୈତ୍ରୀବିହାର ଥାନା ପୋଲିସ । ତେବେ ଗିରଫ ହୋଇଥିବା ମହିଳା ଜଣଙ୍କ ରାଙ୍କିନି ସୋରେନ ବୋଲି ଜଣା ପଡଇଛି । ସୂଚନାଯୋଗ୍ୟ ଯେ, ଗତ କାଲି ତା ୧୫.୦୫.୨୦୨୫ ସକାଳ ପ୍ରାୟ ୧୦:୫୫ ସମୟରେ, ମୈତ୍ରୀବିହାର ଥାନା ର ଏକ ପୁଲିସ ଟୀମ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ, ସାଲିଆସାହିର ସ୍ୱାଧୀନ ନଗରରେ ଦେଶୀ ମଦର ଅବୈଧ ବିକ୍ରୟ ନେଇ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ପୁଲିସ ଟୀମ ଘଟଣାସ୍ଥଳକୁ ଯାଇଥିଲେ ଓ ସେଠାରେ ପହଞ୍ଚିବା ପରେ, ନିମ୍ନୋକ୍ତ ଅଭିଯୁକ୍ତ ମହିଳା ତାଙ୍କ ଘର ସାମ୍ନାରେ ଦେଶୀ ମଦ ବିକ୍ରି କରୁଥିବାର ଦେଖିବାକୁ ପାଇଥିଲେ। ପୁଲିସ ଟୀମ ଅଭିଯୁକ୍ତା ଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ ଓ ତଲାସୀ ସମୟରେ, ତାଙ୍କ ହେପାଜତରୁ ୧୧ ଟି ପ୍ଲାଷ୍ଟିକ୍ ବାଲ୍ଟି ଜବତ କରାଯାଇଥିଲା ଯେଉଁଥିରେ ମୋଟ ୨୨୦ ଲିଟର ଦେଶୀ ମଦ, ଦୁଇଟି ଏଲପିଜି ଚୁଲା ଏବଂ ଗୋଟିଏ ଏଚ୍ପି ଗ୍ୟାସ୍ ସିଲିଣ୍ଡର ଥିଲା। ପଚରା ଉଚରା ବେଳେ ସେ ମଦ ବିକ୍ରୟର କୌଣସି ଲାଇସେନ୍ସ ଦେଖାଇ ପାରି ନଥିଲେ ଏବଂ ବ୍ୟକ୍ତିଗତ ଲାଭ ପାଇଁ ବେଆଇନ ଭାବେ ବିକ୍ରୟ କରିଥିବା ସ୍ୱୀକାର କରିଥିଲେ।