ଶ୍ରୀମନ୍ଦିରରେ ମହାମହିମ ଦୌପଦୀ ମୁର୍ମୁ

0

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଓଡିଶାର ଗର୍ବ ଗୌରବ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସଛନ୍ତି ।ତେବେ ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଫୁଲ ତୋଡା ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ସୂଚନାମୁତାବକ, ପୁରୀକୁ ବିମାନ ଯୋଗେ ଯାତ୍ରା କରି ତାଳବଣିଆରେ ଓହ୍ଲାଇଥିଲେ । ଏହା ପରେ ସଡକ ପଥରେ ଶ୍ରୀମନ୍ଦିରକୁ ଯାତ୍ରା କରିଥିଲେ ମାହାମହିମ ରାଷ୍ଟ୍ରପତି । ଏ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶ୍ରୀମନ୍ଦିର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଦେଖିବା ଲାଗି ବହୁ ଜନସମାଗମ ହୋଇଛି ।ଶ୍ରୀମନ୍ଦିରରେ ପାୟ ୧ ଘଣ୍ଟାର ରହି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ।