ଭରତପୁର; ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କୁ ମାଡ଼ ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦା ନିଲମ୍ବିତ ହୋଇଛନ୍ତି। ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ଵନ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଏହି ପାଞ୍ଚ ଜଣଙ୍କୁ ଗତକାଲି ରାତିରେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ସକାଳୁ ସମସ୍ତଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଦାୟିତ୍ଵ ଦିଆଯାଇଛି।