ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ । ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କନ୍ଧମାଳ ଜିଲ୍ଲାପାଳ ବୁନ୍ଦା. ଡି ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସମ୍ପଦ ଯୁଗ୍ମ ସଚିବ ଭାବେ ନିଯୁକ୍ତି। ବାଲେଶ୍ବର ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଏମସି କମିଶନର ହୋଇଛନ୍ତି ।ଏହାସହ ସେ କ୍ରୁଟର ଏମଡି ଓ ବିଏସସିଏଲର ସିଇଓ ଦାୟିତ୍ବ ତୁଲାଇବେ ।
କଟକ ସିଏମସି କମିଶନର ଥିବା ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ହୋଇଛନ୍ତି । ଆଇଏଏସ ମଧୁସ୍ମିତା ସାହୁ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବରୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । ସେହିଭଳି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଯୋଜକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସିଏମସି କମିଶନର ଭାବେ ନିଯୁକ୍ତି ପାଇଛନ୍ତି ।ଏହାସହ ସେ ସିଡିଏର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ପି ଅନ୍ଵେଷା ରେଡ୍ଡି କଳାହାଣ୍ଡି ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ।
ଅନ୍ୟପକ୍ଷେ, ନୂଆପଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲ୍ଲାପାଳ । ସିଦ୍ଧେଶ୍ୱର ବଳରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ । ତ୍ରିଲୋଚନ ମାଝୀ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ । କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି । ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କଳାହାଣ୍ଡି ଡିଆରଡିଏ ପିଡି ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି। ଜେ ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ସଂଗ୍ରାମ ମହାପାତ୍ର ହୋଇଛନ୍ତି ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ । କୀର୍ତ୍ତି ଭାଷନ ଗଞ୍ଜାମ ପିଡି ଡିଆରଡିଏ । ପାଟିଲ ଆଶିଷ ଇଶ୍ୱର କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ।ଅକ୍ଷୟ ସୁନୀଲ ଜିଏ ବିଭାଗ ଅନୁସଚିବ ହୋଇଛନ୍ତି । ସୂର୍ଯ୍ୟବଂଶୀ ମୟୁରବିକାଶ ହେଲେ ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।