ମହାକୁମ୍ଭ ମେଳାରେ ବଡ ଅଘଟଣ: ଦଳାଚକଟାରେ ୧୦ରୁ ଅଧିକ ମୃତ୍ୟୁ

0

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ବଡ ଅଘଟଣ । ମୌନୀ ଅମାବାସ୍ୟାରେ  ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ଦଳାଚକଟା। ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ତ୍ରିବେଣୀ ସଂଗମରେ ବୁଡ ପକାଇବା ବେଳେ ଏହି ଦଳାଚକଟା ହୋଇଛି। ମୌନୀ ଅମାବାସ୍ୟା ପାଇଁ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ଏବଂ ଏହି ଭିଡ ପାଇଁ ହିଁ ଏପରି ଅଘଟଣ ଘଟିଛି। ସେପଟେ ଅଘଟଣ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତି ସମ୍ପର୍କରେ ପଚାରି ବୁଝି ସବୁ ସହାୟତା ଦେବାକୁ କହିଛନ୍ତି। ଏଥିସହ ଯୋଗୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେ.ପି ନଡ୍ଡା ମଧ୍ୟ କଥା ହୋଇଛନ୍ତି।