ଝାରପଡା ଜେଲରେ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ : ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ

0

ଝାରପଡା : ଝାରପଡା ଜେଲରେ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ | ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ | ଠକେଇ ଅଭିଯୁକ୍ତଙ୍କ ବଦଳରେ ବଳାତ୍କାର ଅଭିଯୁକ୍ତଙ୍କୁ ଛାଡି ଦେଲେ | ମାମଲାର ତଦନ୍ତ ନିର୍ଦେଶ ଦେଲା ଜେଲ ବିଭାଗ | ଜେଲ ଡିଆଇଜି ଗରିବ ସାହୁଙ୍କୁ ତଦନ୍ତ କରି ଜେଲ ଡିଜିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି |

ସୂଚନା ଅନୁସାରେ ରମେଶ ଚନ୍ଦ୍ର ଜେନା ପିତା ପୂର୍ଣ୍ଣ ଚନ୍ଦ୍ର ଜେନା ଙ୍କୁ ଜାମିନ ମିଳିଥିଲା | ହେଲେ ମୁକୁଲିଥିଲେ ଅନ୍ୟ ଏକ ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନା ଯାହାଙ୍କର ପିତା ଲକ୍ଷ୍ମୀଧର ଜେନା | ପରେ ଭୁଲ ଜାଣିବା ପରେ ଜେଲ୍ କର୍ତ୍ତୁ ପକ୍ଷ ପୂର୍ବରୁ ମୁକୁଳି ଥିବା ରମେଶକୁ ଆଣି ପ୍ରକୃତ ଜାମିନ ପାଇଥିବା ରମେଶକୁ ଛାଡିଛନ୍ତି |