ଫ୍ୟାସନ୍ସ ସେନ୍ସକୁ ନେଇ ଟ୍ରୋଲ ପରେ ଜବାବ ଦେଲେ ମଲାଇକା

ମଲାଇକା ଅରୋରା ନିଜର ଫ୍ୟାସନ୍ସ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ନୂଆ ନୂଆ ଲୁକ୍ସ ଟ୍ରାଏ କରନ୍ତି ।

0

(ମୁମ୍ବାଇ) : ମଲାଇକା ଅରୋରା ନିଜର ଫ୍ୟାସନ୍ସ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ନୂଆ ନୂଆ ଲୁକ୍ସ ଟ୍ରାଏ କରନ୍ତି । କିନ୍ତୁ ଏମିତି କିଛି ୟୁଜର୍ସ ଅଛନ୍ତି ଯେଉଁମାନେ ତାଙ୍କ ଆଉଟଫିଟକୁ ନେଇ ସମାଲୋଚନା କରନ୍ତି ଏବଂ ତାଙ୍କୁ ଟ୍ରୋଲ କରନ୍ତି । ଯାହାର ଜବାବ ରଖିଛନ୍ତି ମୁନ୍ନି :-

ସୂଚନାନୁଯାୟୀ , ସେ କହିଛନ୍ତି ଯେ ମହିଳାମାନଙ୍କୁ ନିଜ ଇଛାନୁସାରେ ଡ୍ରେସ୍ ପିନ୍ଧିବାର ଅଧିକାର ରହିଛି । ସେ ବୋକା ନୁହଁନ୍ତି ଏବଂ ସେ ଭଲ ରୂପେ ଜାଣିଛନ୍ତି ଯେ ତାଙ୍କୁ କେଉଁ ଡ୍ରେସ୍ ଭଲ ଲାଗିବ । ସେ କହିଛନ୍ତି ଯେ ସବୁବେଳେ ତାଙ୍କ ଡ୍ରେସକୁ ନେଇ ପ୍ରଶ୍ନ ଉଠାଯାଏ ଯାହା କି ସମ୍ପୂର୍ଣ୍ଣ ଭୁଲ୍ । ସେ କହିଛନ୍ତି ଯେ ମହିଳାମାନଙ୍କ ସ୍କର୍ଟର ଲମ୍ବ ଏବଂ ନେକଲାଇନକୁ ନେଇ ଜଜ୍ କରାଯାଏ । ମୁଁ ଲୋକଙ୍କ ଅନୁସାରେ ନିଜ ଲାଇଫ୍ ବଞ୍ଚିବାକୁ ଚାହୁଁନି । ଡ୍ରେସିଂ ଏକ ପର୍ସନାଲ୍ ଚଏସ୍ ଯାହା ଉପରେ ସମସ୍ତଙ୍କ ଅଧିକାର ରହିଛି । ଯାହା ମୋତେ ଭଲ ଲାଗିବ ମୁଁ ପିନ୍ଧିବି । ଏହା ମୋ ଚଏସ୍ । ସମସ୍ତଙ୍କୁ ମଧ୍ୟ ନିଜ ପରିସର ମଧ୍ୟରେ ରହିବା ଉଚିତ୍ ବୋଲି ସେ କହିଛନ୍ତି ।