ମଲାଲାଙ୍କ ଉପରେ ଖପ୍ପା ପାକିସ୍ତାନୀ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କାଲିଫର୍ଣ୍ଣିଆରେ ଏପଲର ନୂଆ ଆଇଫୋନ-୧୧ ଲଞ୍ଚ ହୋଇଛି । ଫୋନର ସ୍ୱତନ୍ତ୍ର ଡିଜାଇନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଜୋକ ଓ ମିମ୍ସ ସେୟାର କରାଯାଇଛି । ପାକିସ୍ତାନୀ ସାମାଜିକ କର୍ମୀ ମଲାଲା ୟୁସୁଫଜାୟୀ ଏକ ମଜାକିଆ ଟୁଇଟ କରିଛନ୍ତି । ଏହାକୁ ନେଇ ତାଙ୍କୁ ଅନେକ ପାକିସ୍ତାନୀ ସମାଲୋଚନା କରିଛନ୍ତି ।
ଆଇଫୋନର ଟ୍ରିପିଲ କ୍ୟାମେରା ଡିଜାଇନ ସହ ଖାପ ଖାଉଥିବା ନିଜ ଡ୍ରେସର ଫଟୋ ସେୟାର କରି ଲେଖିଥିଲେ, କଣ ଏହା ମାତ୍ର ଏକ ସଂଯୋଗ କି ଆଇଫୋନ୧୧ ଲଞ୍ଚ ହେବା ଦିନ ମୁଁ ସେହି ଡିଜାଇନର ଡ୍ରେସ ପିନ୍ଧିଥିଲି । ଏହାକୁ ନେଇ ଅନେକ ୟୁଜର୍ସ ମାଲାଲାଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଥିଲେ । କିନ୍ତୁ କିଛି ପାକିସ୍ତାନୀ ୟୁଜର୍ସ ଏହାକୁ ନେଇ ମଲାଲାଙ୍କୁ ଲେଖିଲେ ମଲାଲାଙ୍କୁ କାଶ୍ମୀର ପ୍ରସଙ୍ଗରେ ଟୁଇଟ କରିବାକୁ ସମୟ ନ ଥିବା ବେଳେ ଆଇଫୋନକୁ ନେଇ ପୋଷ୍ଟିଂ କରୁଛନ୍ତି । ଜଣେ ପାକ୍ ଅଭିନେତ୍ରୀ ଲେଖିଲେ ଡ୍ରେସକୁ ନେଇ ଚିନ୍ତା କରିବା ଛାଡି ପ୍ରିୟଙ୍କା ଚୋପ୍ରା ଓ କାଶ୍ମୀର ଉପରେ ଟୁଇଟ କରିବା ଦରକାର । ଏହାକୁ ଅନେକ ପାକିସ୍ତାନୀ ୟୁଜର୍ସ ସମର୍ଥନ କରିଥିଲେ । ତେବେ ଏହା ଉପରେ ମଲାଲା କିଛି ପ୍ରତିର୍କ୍ରିୟା ଦେଇ ନାହାନ୍ତି । ସୂଚନା ଯୋଗ୍ୟ, ପ୍ରିୟଙ୍କା ଜାତିସଂଘର ଆମ୍ବାସାଡର ହୋଇଥିବା ବେଲେ ଏୟାର ଷ୍ଟ୍ରାଇକ ପରେ ବାୟୁସେନାକୁ ଭୁରି ପ୍ରଶଂସା କରିଥିଲେ ।