ମାଲେସିଆ ଜାହାଜକୁ ଉଦ୍ଧାର କରୁଛି ସିଙ୍ଗାପୁର ଜାହାଜ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚିଲିକାରେ ମାଲେସିଆ ଜାହଜ ଜିନ୍ ହାୱ -୩୨ କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି । ଏଥିନେଇ ସିଙ୍ଗାପୁରରୁ ଗଠ-ଚିତ୍ତା ନାମକ ଏକ ଜାହଜ ଗତକାଲି ଚିଲିକାରେ ପହଞ୍ଚିଛି । ସକାଳ ୭ଟାରୁ ଏହି ଜାହାଜ ଫସିଥିବା ଜାହଜକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛି । ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ ତାରିଖରୁ ଅଟକି ରହିଛି ମାଲେସିଆ ପଣ୍ୟବାହୀ ଜାହାଜର । ଜାହାଜ କଣ୍ଟେନରରୁ ତେଲ ବାହାର ପାଇଁ କଲିକତା ଏବଂ ବାଲେଶ୍ୱରରୁ ଆସିଥିବା ଦୁଇଟି ଟିମ ଲାଗିଥିଲେ । ପାଇପ ମାଧ୍ୟମରେ ଜାହାଜରୁ ୪ଟି ଟ୍ୟାଙ୍କରକୁ ତେଲ କଢାଯାଇଥିଲା । ଜାହାଜରୁ ବାହାରି ଥିବା ତେଲରେ ୩୦ ହଜାର ଲିଟର୍ ଡିଜେଲ, ୧୦୦୦ ଲିଟର୍ ଲ୍ୟୁବ୍ ଅଏଲ ଏବଂ ୨୦୦ ଲିଟର ହାଇଡ୍ରଲିକ୍ ଅଏଲ ରହିଛି ।