ମାଲକାନଗିରି ଗସ୍ତରେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା

0

(ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା ): ଦୁଇ ଦିନିଆ କାର୍ୟ୍ୟକ୍ରମ ନେଇ ମାଲକାନଗିରିରେ ପହଞ୍ଚିଛନ୍ତି କ୍ରୀଡାମନ୍ତ୍ରୀ । ଭୁବନେଶ୍ବରରୁ ଏକ ବିମାନ ଯୋଗେ ଜୟପୁରରେ ପହଞ୍ଚିବା ପରେ ସଡ଼କ ପଥରେ ଗୋବିନ୍ଦପାଲ୍ଲୀ ଦେଇ ଜିଲ୍ଲାରେ ପହଞ୍ଚିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେପଟେ, ମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ପକ୍ଷରୁ ଏକ ରାଲି କରିବା ସହ ସଦର ମହକୁମା ମୁଖ୍ୟ ଫାଟକ ଭୈରବୀ ମନ୍ଦିର ଠାରେ ମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।ମନ୍ତ୍ରୀ ସଦର ମହକୁମାରେ ପହଞ୍ଚିବା ପରେ ସିଧା ସଳଖ ସର୍କିଟ ହାଉସରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଦଳୀୟ ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ମାଲକାନଗିରି ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସହ ଜିଲ୍ଲାର ଅନେକ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି କ୍ରୀଡାର ବିକାଶ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ସମୀକ୍ଷା କରିବେ ମନ୍ତ୍ରୀ ।