(ସୂର୍ଯ୍ୟ କାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ନାଗରିକ ସଂଶୋଧନ ଆଇନି ଉଚ୍ଛେଦନ, ମଣ୍ଡି ସମସ୍ୟା, ସ୍ଥାନୀୟ ନିଯୁକ୍ତି ଭଳି ଅନେକ ଦାବି କରି ଏକ ବିଶାଳ ରାଲି କରାଯାଇଛି । ଏହି ରାଲିରେ ସଙ୍ଘର ହଜାର ହଜାର କର୍ମକର୍ତ୍ତା ଯୋଗଦେଇଥିଲେ । ମାଲକାନଗିରି ଜିଲ୍ଲା ବସ ଷ୍ଟାଣ୍ଡ ଠାରୁ ଏହି ରାଲି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଯାଇଥିଲା । ଜିଲ୍ଲାର ଯୁବକ ଙ୍କୁ ସ୍ଥାନୀୟ ନିଯୁକ୍ତି ଦେବା, ଅନୁସୂଚିତ ଜାତି , ଜନ ଜାତି ଙ୍କ ପାଇଁ ସଂରକ୍ଷଣ ସୃଷ୍ଟି କରିବା ସହ ମଣ୍ଡିରେ ଚାଷୀଙ୍କ ପାଇଁ ହେଉଥିବା ସମସ୍ୟା ଓ ନାଗରିକ ସଂଶୋଧନ ଆଇନି ଉଛେଦ କରିବା ପାଇଁ ଦାବି କରାଯାଇଥିବା ବେଳେ ୪ ଦଫା ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ଏସବୁ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି ସଙ୍ଘର ସଭାପତି ମତ ରଖିଛନ୍ତି
।