5T ସ୍କୁଲରେ Time ଏବଂ Teamworkର ନୂଆ ନଜାରା !

ପାଠ ପଢାଇବା ଛାଡି ପିଲାଙ୍କୁ କାମ କରାଇଲେ ପ୍ରଧାନ ଶିକ୍ଷକ ।

0

ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାଦ୍ରିନାଗର 5T ଉଚ୍ଚ ବିଦ୍ୟାଳୟରେ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ 5Tର ପ୍ରକୃତ ଅର୍ଥକୁ ବୁଝି 5Tର ଗୋଟିଏ T ଅର୍ଥାତ Teamwork ର ମୂଲ୍ୟ ରଖିଛନ୍ତି । ପାଠ ପଢା ସମୟରେ ପିଲାଙ୍କୁ ଲଗାଇ ବିପଦାସଂକୁଳ ଅବସ୍ଥାରେ ବିଦ୍ୟାଳୟର ଗେଟ ସଫା କରାଇଲେ ଆଉ ତାହା ପୁଣି ପିଅନଙ୍କ ଉପସ୍ଥିତିରେ ।

ଶ୍ରମିକଙ୍କ ଭଳି ଛାତ୍ର ମାନେ କାମ କରୁଛନ୍ତି ଆଉ ପ୍ରଧାନ ଶିକ୍ଷକ ଏବଂ ପିଅନ ଛାତ୍ରଙ୍କୁ ଆଦେଶ ଦେଉଛନ୍ତି ଆଉ ଛାତ୍ର ମାନେ ମଧ୍ୟ ଶିକ୍ଷକଙ୍କୁ ଡରି ଗେଟ ଉପରେ ଚଢ଼ି ସଫା କରିବାରେ ଲାଗିପଡିଛନ୍ତି । ତେବେ ଶିକ୍ଷଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି | ଏଥିସହ ପ୍ରଶାସନ ଏଥିପାଇଁ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା କରିଛନ୍ତି |