ଭାରତ: ମନରେଗା ଯୋଜନାରେ ଅବହେଳା ହୋଇଥିବା କଂଗ୍ରେସର ଅଭିଯୋଗ ।ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଉ ଏଭଳି ଅଭିଯୋଗ ଆଣି ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି ଲୋକଙ୍କୁ କାମ କରିବାର ଅଧିକାର ସୁନିଶ୍ଚିତ କରିବା ପାଇଁ ମନରେଗା ଯୋଜନା ପ୍ରଣୟନ କରିଥିଲେ । ହେଲେ ମନରେଗା କାମ ବାବଦକୁ ସଠିକ ସମୟରେ ପାଉଣା ପ୍ରଦାନ କରାଯାଉନି । ବୁଧବାର ଦିନ ଖଡଗେ ଦାବି କରିଛନ୍ତି କି, ଯଦିଓ ମୋଦି ସରକାର ମନରେଗା ଯୋଜନାର ବଜେଟ୍ ୩୩% ହ୍ରାସ କରିଛନ୍ତି, କିନ୍ତୁ ଚଳିତ ବର୍ଷ ମୋଦୀ ସରକାର ଏପର୍ଯ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି । ଏହି ଯୋଜନାରେ ଅଧାରୁ ଅଧିକ ମହିଳା ମାନେ ନିଜ ପରିବାରର ଭରଣ ପୋଷଣ ପାଇଁ କାର୍ଯ୍ୟ କରିଥାନ୍ତି ।