(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ତାଙ୍କର ସମସ୍ତ ଉଧାର ପଇଠ କରିବାକୁ ପୁଣି ଥରେ ଆଗ୍ରହ କରିଛନ୍ତି । ଭାରତୀୟ ବ୍ୟାଙ୍କର ଶତ ପ୍ରତିଶତ ଋଣ ସେ ପଇଠ କରିବାକୁ ପ୍ରସ୍ତୁତ ଥିବା ଟୁଇଟ କରି ଜଣାଇଛନ୍ତି । ମାଲ୍ୟା ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ବୟାନ ଉପରେ ଶତ ପ୍ରତିଶତ ଋଣ ପଇଠ କରିବାକୁ କହିଛନ୍ତି ।
ମାଲ୍ୟା ଟୁଇଟ କରି କହିଛନ୍ତି, ଅର୍ଥ ମନ୍ତ୍ରୀ କହିଲେ, ଦେଶରେ ବ୍ୟବସାୟରେ ବିଫଳତା କୁ ବର୍ଜିତ ମାନିବା ବା ତୁଛ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ । ବରଂ ତାଙ୍କୁ ଏକ ସମ୍ମାନଜନକ ସମାଧାନ ଦେବା ଦରକାର । ଏହି ଭାବାନାର ଅନୁରୂପ ତାଙ୍କ ତରଫରୁ ୧୦୦ ପ୍ରତିଶତ ଋଣ ପଇଠ କରିବାର ଆଗ୍ରହ ପ୍ରକାଶ କରିଛନ୍ତି ।
ସୁଚନାଯୋଗ୍ୟ, ଲୋକସଭାରେ ଗତ ଗୁରୁବାର ଆଇବିସି ସଂଶୋଧନ ବିଲ ଉପରେ ଚର୍ଚ୍ଚା ସମୟରେ ଅର୍ଥ ମନ୍ତ୍ରୀ କେଫେ କଫି ଡେର ସଂସ୍ଥାପକ ବି ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଉପରେ କହିଥିଲେ, ମାଲ୍ୟା ଏହା ପୂର୍ବରୁ ମଧ୍ୟ ଟୁଇଟ କରି ସିସିଡିର ସିଦ୍ଧାର୍ଥଙ୍କ ସହ ନିଜର ତୁଳନା କରିଥିଲେ । ସିଦ୍ଧାର୍ଥ ଏକ କଥିତ ପତ୍ରରେ କହିଥିଲେ, ତାଙ୍କୁ ଆୟକର ବିଭାଗର ଅଧିକାରୀ ହଇରାଣ କରୁଛନ୍ତି । ଏହାପରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହା ପରେ ମାଲ୍ୟା ଟୁଇଟ କରି କହିଛନ୍ତି, ସରକାରୀ ଏଜେନ୍ସି ଓ ବ୍ୟାଙ୍କ କାହାରିକୁ ବି ହତାଶ କରିପାରନ୍ତି । ଦେଖନ୍ତୁ ମୋ ସହ କଣ କରୁଛନ୍ତି, ଯେତେବେଳେ କି ପୂର୍ବରୁ କହିଛି କି ସମ୍ପୂର୍ଣ୍ଣ ଋଣ ପଇଠ କରିବାକୁ ରାଜି ଅଛି ।