ଆର.ଜି କର ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ସେ କହିଛନ୍ତି, “ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। ମୁଁ ସନ୍ତୁଷ୍ଟ ନୁହେଁ। ”ଅସନ୍ତୋଷ ବ୍ୟକ୍ତ କରି ସିଏମ ମମତା ବାନାର୍ଜୀ କହିଛନ୍ତି, “ଆମେ ଆରମ୍ଭରୁ ମୃତ୍ୟୁଦଣ୍ଡ ଦାବି କରୁଛୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଯଦି ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥାନ୍ତା ଏବଂ ଏହା ଆମ ହାତରେ ଥାଆନ୍ତା, ତେବେ ମୃତ୍ୟୁଦଣ୍ଡ ବହୁ ପୂର୍ବରୁ ଲାଗୁ ହୋଇଥାନ୍ତା। ମୁଁ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହେଁ। ”
କେବଳ ଏତିକି ନୁହେଁ ଭାରତୀୟ ଜନତା ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, “ଆମେ ମୃତ୍ୟୁଦଣ୍ଡ ଚାହୁଁଥିଲୁ। ତାହା ହୋଇନଥିଲା। ପୀଡିତାଙ୍କ ପରିବାର ଟଙ୍କା ଚାହୁଁନାହାଁନ୍ତି। ବଙ୍ଗଳାର ଲୋକମାନେ ଭାବନ୍ତି ନାହିଁ ଯେ ଏଥିରେ କେବଳ ଜଣେ ବ୍ୟକ୍ତି ଜଡିତ ଥିଲେ, ଏହାର ତଦନ୍ତ ହେବା ଉଚିତ୍। ଅଦାଲତ କହିବା ଉଚିତ୍ ଯେ ସଞ୍ଜୟଙ୍କ ନାମରେ ନାମିତ ଲୋକମାନଙ୍କୁ ଯାଞ୍ଚ କରାଯାଉ।
କୋଲକାତାର ସିଆଲଦା କୋର୍ଟର ସେସନ୍ କୋର୍ଟ ଶେଷରେ ସୋମବାର (ଜାନୁଆରୀ ୨୦, ୨୦୨୫) ଏହି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। କୋର୍ଟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ସଞ୍ଜୟ ରୟ କହିଛନ୍ତି ଯେ ସେ କୈାଣସି ଭୁଲ କରିନାହାଁନ୍ତି। । ଯେହେତୁ ସେ ଏକ ରୁଦ୍ରାକ୍ଷ ପିନ୍ଧନ୍ତି ଏବଂ ଯଦି ତାଙ୍କ ତରଫରୁ କୈାଣସି ଭୁଲ୍ କରାଯାଇଥାନ୍ତା, ତେବେ ଘଟଣା ସମୟରେ ରୁଦ୍ରାକ୍ଷ ଭାଙ୍ଗି ଯାଇଥାନ୍ତା।
ଆରଜି କର ମାମଲାରେ ପୀଡିତାଙ୍କ ପରିବାର ଅପରାଧୀଙ୍କ ପାଇଁ ମୃତ୍ୟୁ ଦଣ୍ଡ ଦାବି କରିଥିଲେ। ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ମୃତ ମହିଳା ଡାକ୍ତରଙ୍କ ପିତା କହିଛନ୍ତି ଯେ ସେ କୈାଣସି ଣସି ପ୍ରକାରର କ୍ଷତିପୂରଣ ଚାହୁଁନାହାଁନ୍ତି କିନ୍ତୁ ନ୍ୟାୟ ଚାହୁଁଛନ୍ତି।