ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଆମ୍ବ ପଠାଇଲେ ମମତା ବାନାର୍ଜୀ

0

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଆମ୍ବ ପଠାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭଲ ପ୍ରଜାତିର ବଙ୍ଗର ଆମ୍ବ ପଠାଇଛନ୍ତି । ଏହା ଛଡା ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡଙ୍କ ପାଖକୁ ମଧ୍ୟ ସେହି ପ୍ରଜାତିର ଆମ୍ବ ପଠାଇଥିବା କଥା କୁହାଯାଉଛି । ହିିମସାଗର ,ଫଜିଲ , ଲଙ୍ଗରା ଏବଂ ଲକ୍ଷ୍ମଣ ଭୋଗ ଭଳି ବିଭିନ୍ନ ପ୍ରଜାତିର ଆମ୍ବ ପଠାଇଥିବା କୁହାଯାଉଛି । ଏହି ଆମ୍ବ ସବୁ ଦିନେ ଦୁଇଦିନ ମଧ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ଯିବ । କେବଳ ଏତିକି ନୁହେଁ, ୨୦୧୯ରେ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କୁର୍ତ୍ତା-ପାଇଜାମା ଓ ମିଷ୍ଟାନ୍ନ ମଧ୍ୟ ପଠାଇଥିଲେ।