କୋଲକତା : କୋଲକତା ହାଇକୋର୍ଟ ସିବିଆର ଏକ ସ୍ପେଶାଲ ଟିମ୍ କୁ ବେଙ୍ଗଲରେ ଇଲେକ୍ସନର ପରବର୍ତ୍ତୀ ହିସାଂର ତଦନ୍ତ କରିବା ପାଇଁ ଅନୁମତି ଦେଇଛନ୍ତି ଏହି ଟିମ୍ ରେ ସାମିଲ ଅଛନ୍ତି କୋଲକତା ସୋମେନ ମିତ୍ର । ପାଞ୍ଚ ଜଣିଆ ବେଞ୍ଚ ମଧ୍ୟରେ ଏହି ଶୁଣାଣ ହୋଇଥିଲା । ଏହି ବେଞ୍ଚର ଅଧ୍ୟକ୍ଷତା କରିଛନ୍ତି ରାଜେଶ ବିନ୍ଦଲ ।
ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଅଗଷ୍ଟ ୩ ତାରିଖରେ କୋଲକାତା ହାଇକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ହିଂସା ସମ୍ବନ୍ଧୀୟ ଆବେଦନ ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ ରାଜ୍ୟ ମାନବ ଅଧିକାର ରିପୋର୍ଟକୁ ସ୍ୱୀକୃତି ଦେଇଛନ୍ତି। ହିଂସା ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି ଏହାର ରିପୋର୍ଟ ହାଇକୋର୍ଟର ଡିଭିଜନ୍ ବେଞ୍ଚରେ ଦାଖଲ କରିବ। ଯଦି ଅନ୍ୟ କୌଣସି ଅଭିଯୋଗ ଅଛି, ତେବେ ଏହାକୁ ଡିଭିଜନ୍ ବେଞ୍ଚ ଆଗରେ ଆଣିବାକୁ ପଡିବ। ଏହା ସହିତ ହିଂସା ପୀଡିତମାନଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ମାମଲାର ତଦନ୍ତ ଏନ୍ଏଚ୍ଆର୍ସିକୁ ଦିଆଯାଇଥିଲା। ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିସାରିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାରଙ୍କ ସହମତି ବିନା କେନ୍ଦ୍ର ସରକାର କୌଣସି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ କୋର୍ଟ ଯଦି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତି ତେବେ ରାଜ୍ୟ ସରକାରଙ୍କୁ ତାହା ମାନିବାକୁ ପଡ଼ିବ। ଏବେ ମମତା ସରକାର କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟ ଯିବେ କି ନଯିବେ ତାହା ଦେଖିବାର କଥା।