ମମତା ମହାନ୍ତ ହୋଇପାରନ୍ତି ବିଜେପିର ରାଜ୍ୟସଭା ପ୍ରାର୍ଥୀ !

0

ଭୁବନେଶ୍ୱର; ମମତା ମହାନ୍ତ ହୋଇପାରନ୍ତି ବିଜେପିର ରାଜ୍ୟସଭା ପ୍ରାର୍ଥୀ । । ଏନେଇ ଲାଗି ରହିଛି ଚର୍ଚ୍ଚା । ତେବେ କିଏ ରାଜ୍ୟସଭା ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ମମତା ମହାନ୍ତ ନାଁ ସଭା ଆଗରେ ରହିଛି ଚର୍ଚ୍ଚା ଜୋର ଧରିଛି । ତେବେ ମମତା ମହନ୍ତି ପ୍ରାର୍ଥୀ ହେବା ନେଇ ସୂଚନ ଦେଇଛନ୍ତୋ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ ।ସୂଚନାଯୋଗ୍ୟ ଯେ, ମମତା ମହନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ । ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିକୁ ମଧ୍ୟ ବାଏ ବାଏ କହିଥିଲେ । ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହେଇଥିଲେ । ଆସନ୍ତା ୨୧ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ । ଏହାପରେ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ, ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ ।