ଦିଲ୍ଲୀରେ ମମତା-ପାୱାରଙ୍କ ଆଲୋଚନା

0

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଇବା ନେଇ ଉଭୟ ଶାସକ ବିଜେପି ଓ ଅଣବିଜେପି ଦଳର ଅଙ୍କକଷା ଚାଲିଛି । ତେବେ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଭୟ ମମତା ଓ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଆଲୋଚନାର ନିର୍ଯାସ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ବିରୋଧୀଙ୍କ ପକ୍ଷରୁ ଏନସିପି ନେତା ଶରଦ ପାୱାରଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।