ପହଲଗାମ ଆକ୍ରମଣକୁ ନେଇ ସରକାରଙ୍କୁ ମମତାଙ୍କ ଟାର୍ଗେଟ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପହଲଗାମ ଆକ୍ରମଣକୁ ନେଇ ସରକାରଙ୍କୁ ଘେରିଲେ ମମତା ବାନାର୍ଜୀ । ବଙ୍ଗଳା ବିଧାନସଭାରେ ଅପରେସନ ସିନ୍ଦୂର ପାଇଁ ସଶସ୍ତ୍ର ବାହିନୀକୁ ପ୍ରଶଂସା ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀ ଆକ୍ରମଣ କେନ୍ଦ୍ରର ଅବହେଳାର ପରିଣାମ ବୋଲି ସେ ଦର୍ଶାଇଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସ୍ଥାନରେ ସୁରକ୍ଷା କର୍ମୀ କାହିଁକି ଉପସ୍ଥିତ ନଥିଲେ? ବିଜେପି ସରକାର ଆମ ଦେଶର ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ଏବଂ ତେଣୁ ଏହାକୁ କ୍ଷମତାରୁ ବାହାର କରିଦିଆଯିବା ଉଚିତ ବୋଲି କହି ବର୍ଷିଛନ୍ତି ।

ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାର ମୌସୁମୀ ଅଧୂବେଶନ ଆରମ୍ଭ ହୋଇଥିଲା ଓ ପ୍ରଥମ ଦିନରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କାର୍ୟ୍ୟକୁ ମୁଲତବୀ ରଖାଯାଇଥିଲା ଓ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ଏବଂ ସଶସ୍ତ୍ର ବାହିନୀର ସାହସିକତାକୁ ସମ୍ମାନ ଜଣାଇ ବଙ୍ଗଳା ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଛି। ଏହି ପ୍ରସ୍ତାବରେ ଅପରେସନ ସିନ୍ଦୂର ବିଷୟରେ ସିଧାସଳଖ ଉଲ୍ଲେଖ କରାଯାଇ ନାହିଁ । ସେହିପରି ବିଜେପି ଏହାକୁ ବିରୋଧ କରିଛି।