ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

0

(ଜୟନ୍ତ ସେଠୀ/ଗୋପ): ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ କଟକ ଜଗତପୁର ଅଂଚଳର ବିଜେନ୍ଦ୍ର ବାରିକ। ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡ଼ିଯାଇଥିଲେ ବିଜେନ୍ଦ୍ର। ବିଜେନ୍ଦ୍ର ସାଙ୍ଗ ମାନଙ୍କ ସହ ଦିଗବାରେଣୀ ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ସାଙ୍ଗ ମାନେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ବିଜେନ୍ଦ୍ରଙ୍କ ପତ୍ତା ମିଳିନଥିଲା। ତେବେ ୨ ଘଣ୍ଟା ପରେ ବିଜେନ୍ଦ୍ରଙ୍କ ମୃତଦେହ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ ସମୁଦ୍ରରେ ବିଜେନ୍ଦ୍ର ବୁଡ଼ିଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ କୌଣସି ଲାଇଫଗାର୍ଡ଼ ସେଠାରେ ମୁତୟନ ନଥିବା ଅଭିଯୋଗ କରିଛନ୍ତି ମୃତ ବିଜେନ୍ଦ୍ରଙ୍କ ସାଙ୍ଗ ମାନେ।