ଘର ଛାତରେ ପଲିଥିନ୍ ଘୋଡେଇବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଜୀବନ

0

ବିଷମକଟକ-: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ହଜାରଡାଙ୍ଗ ଗ୍ରାମରେ ଗତକାଲି ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ୨୫ ବର୍ଷୀୟ ଯୁବକ ରଞ୍ଜନ କୁମାର ସାହୁକାରଙ୍କ ନିଜ ଘରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ରଞ୍ଜନ ବିଷମକଟକ କୋର୍ଟରେ ଏପିଆର କୋର୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁଯାୟୀ, ରଞ୍ଜନ ନିଜ ଘରର ଛାତରେ ପଲିଥିନ୍ ଘୋଡେଇବାକୁ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ଏହି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଦୁଃଖ ଓ ଆଲୋଡ଼ନ ସୃଷ୍ଟି କରିଛି ।