ପୋଲିସ ଜୁଲମର ଶିକାର ହେଲେ ଯୁବକ

0

କାମାକ୍ଷାନଗର: ପୁଣି ସାଧାରଣ ଲୋକଙ୍କ ଉପରେ ହୋଇଛି ପୋଲିସର ଦବଙ୍ଗ ଗିରି । ପୁଣି ଥରେ ପୋଲିସ ଜୁଲମର ଶିକାର ହୋଇଛନ୍ତି ସାଧାରଣ ଜନତା । ତଦନ୍ତ ବାହାନାରେ ଫାଣ୍ଡିକୁ ଡାକି ଜଣେ ବ୍ୟକ୍ତିଙ୍କୁ ପୋଳିସ ନିସ୍ତୁକ ମାଡ ମାରିତିବା ଅଭିଯୋଗ ହୋଇଛି । ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ ଫାଣ୍ଡିରେ । ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଦଶିପୁର ଗାଁର ସୁଶୀଳ କୁମାର ସ୍ୱାଇଁ ।
ପାରିବାରିକ କଳହ ମାମଲାର ତଦନ୍ତ ପାଇଁ ସୁଶୀଲଙ୍କୁ ଫାଣ୍ଡିକୁ ଡକାଇଥିଲେ ଫାଣ୍ଡି ଅଧିକାରୀ । କିନ୍ତୁ ତଦନ୍ତ ନାଁରେ ଯୁବକଙ୍କ ଉପରେ ଚାଲିତିଳା ପୋଲିସର ଜୁଲମ । ଫାଣ୍ଡି ଗେଟରୁ ହିଁ ସୁଶୀଲଙ୍କୁ ଫାଣ୍ଡି ଅଧିକାରୀ ଘୋଷାଡି ଘୋଷାଡି ନେଉଥିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହେଉଛି । ସୁଶୀଲଙ୍କୁ ଫାଣ୍ଡି ଅଧିକାରୀ ଧକ୍କା ମାରି ଫାଣ୍ଡି ଭିତରକୁ ନେଉଥିବାର ଦୃଶ୍ର ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଏ ସମସ୍ତ ଅଭିଯୋଗକୁ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଅସ୍ୱୀକାର କରିଛନ୍ତି ।