୩୦ ବର୍ଷ ଧରି ୩ଟି ସରକାରୀ ପଦବୀରୁ ପାଉଥିଲେ ଦରମା

0

ଋି୍ପାଟର୍ସ ଟୁଡେ, (ସୋମ୍ୟାଶ୍ରୀ ମହାନ୍ତି)- ଗତ ୩୦ବର୍ଷ ଧରି ୩ଟି ପଦବୀରୁ ଦରମା ନେଇ ଧରା ପଡିଲେ ଜଣେ ସରକାରୀ କର୍ମୀ । କମ୍ପ୍ରିହେନସିଭ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଯୋଗୁଁ ଏହି ସରକାରୀ କର୍ମଚାରୀ ଜଣଙ୍କ ଧରା ପଡିଥିବା ଜଣା ପଡିଛି । ସୂଚନାରୁ ପ୍ରକାଶ ଯେ, ବିହାରର ପାଟନା ଜିଲ୍ଲାର ବାହାଉଲ ଗାଁର ଇଂଜିନିୟର ସୁରେଶ ରାମଙ୍କୁ ୧୯୮୮ମସିହା ପେବୃଆରୀ ୨୦ରୁ ରାଜ୍ୟ ସଡକ ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ଦିଆ ଯାଇଥିଲା । ପରବର୍ଷ ଜଳସମ୍ପଦ ବିଭାଗରେ ଚାକିରି ମିଳିଥିବା ସହ ଏକା ସହରରେ ୧୯୮୯ ମସିହା ଜୁଲାଇ ୨୮ତାରିଖରେ ନିଯୁକ୍ତି ହୋଇଥିଲେ । ପୁଣି ୧୯୮୯ ମସିହାରେ ଜଳସମ୍ପଦରେ ଆଉ ଏକ ଚାକିରି ମିଳିଥିଲା । ସେ ପୁଣି ସେହି ଚାକିରିରେ ମଧ୍ୟ ସୁପାଉଲ ଜିଲ୍ଲାର ଭୀମନଗର ପୂର୍ବ ଘେରିବନ୍ଧଠାରେ ନିଯୁକ୍ତ ହେଲେ । ସଡକ ନିର୍ମାଣ ବିଭାଗରେ ୨୦୧୮ ଏପ୍ରିଲ ୧୦ ତାରିଖରେ ତାଙ୍କର ପଦୋନ୍ନିତ ହୋଇଥିଲା । ଏହାସହ ଜଳସମ୍ପଦ ବିଭାଗରେ ୨୦୦୫ ଜୁନ ୧୭ରେ ମଧ୍ୟ ପଦୋନ୍ନିତ ହୋଇଥିଲା । କିଛି କାଗଜ ପତ୍ରରେ ତାଳମେଳ ନଖାଇବାରୁ ଡେପୁଟି ସେକ୍ରେଟାରୀ ତାଙ୍କୁ ଜଳସମ୍ପଦର ସବୁ କାଗଜ ଆଣିବାକୁ କହିବାରୁ ସେ ଆଉ ଆସିଲେନି । ଏହି ମାଲାରେ ଏଫଆଇଆର ଦେବାକୁ ସେକ୍ରେଟାରୀ ଆଦେଶ ଦେଲେ । ଏକା ସହିତ କିଭଳି ସୁରେଶ ତିନୋଟି ପଦବୀରେ ରହିଥିଲେ ସେନେଇ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଧରିବା ପରେ ଖୋଳତାଡ ଆରମ୍ଭ ହୋଇଛି ।