ନାବାଳିକା ପ୍ରେମିକାକୁ ବିଷ ପିଆଇ ହତ୍ୟା କଲା ପ୍ରେମିକ

0

ବଲାଙ୍ଗୀର : ନୃଶଂସ ପ୍ରେମିକର ନାରକୀୟ କାଣ୍ଡ । ମାଆ ଆଗରେ ନାବାଳିକା ପ୍ରେମିକାକୁ ବିଷ ପିଆଇ ହତ୍ୟା କଲା ପ୍ରେମିକ । ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ବାଞ୍ଜିପାଲି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟଛିି । ଏବେ ଏହି ଘଟଣାକୁ ନେଇ ବଲାଙ୍ଗୀର ଜିଲା ଆଗଲପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ସଦର ଏସ୍ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଆଗଲପୁର ଥାନା ବାଞ୍ଜିପାଲି ଗାଁର କୀର୍ତ୍ତନ ବିଶ୍ୱାଳଙ୍କ ଘରେ ତାଙ୍କ ୧୬ ବର୍ଷିୟା ନାବାଳିକା ଝିଅ ଏକୁଟିଆ ଥିବାବେଳେ ନିକଟସ୍ଥ ଇନ୍ସା ଗ୍ରାମର ପ୍ରଣୟ ପ୍ରଧାନ ନାମକ ଜଣେ ଯୁବକ ଘରେ ପଶି ଯାଇଥଲେ । ଆଉ ନାବାଳିକାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ। ଏହି ସମୟରେ ଗୋଧେଇ ସାରି ଘରକୁ ଫେରୁଥିବା ନାବାଳିକାଙ୍କ ମା’ ଏହି ଘଟଣା ଦେଖି ଦେବାରୁ ନାବାଳିକାଙ୍କୁ ଛାଡ଼ି ଦେଇ ସେଇ ଘର ଭିତରେ ଖଟ ତଳେ ଲୁଚି ଯାଇଥିଲେ ।

ସୁଷମା ଚିତ୍କାର କରିବାରୁ ତାଙ୍କୁ ଧକ୍କା ଦେଇ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିବା ସୁଷମା ଗଣମାଧ୍ୟମକୁ କହିଛନ୍ତି। ଏହାପରେ ମୃତକଙ୍କ ମା’ ପ୍ରଥମେ ଆଖପାଖ ଲୋକଙ୍କୁ ଡାକିବା ସହ ତାଙ୍କ ସ୍ବାମୀ ଓ ପୁଅଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବିଷକ୍ରିୟାରେ ଚେତାଶୂନ୍ୟ ହୋଇଯାଇଥିବା ନାବାଳିକାଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ପ୍ରଥମେ ଆଗଲପୁର ଡାକ୍ତରଖାନାକୁ ନେଇଥିଲେ।

ପରେ ନାବାଳିକାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଯୁବକ ଜଣକ ଘରେ ପଶି ଜୋର ଜବରଦସ୍ତ ନାବାଳିକାଙ୍କୁ ବିଷ ପିଆଇଲେ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଆଗଲପୁର ଥାନାରେ ଅଭିଯୋଗ ହୋଇଛି।