ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱରକୁ ଆଜି ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କ ଭାଇଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଭଉଣୀ ଶର୍ମିଷ୍ଠାଙ୍କୁ ଫେରାର କରିବାରେ ତାଙ୍କ ଭାଇର ମୁଖ୍ୟ ଭୂମିକା ଥିବା ପୋଲିସ ପକ୍ଷରୁ କୁହାଯାଉଛି ।ତେବେ କୋର୍ଟ ତାଙ୍କୁ ବର୍ତ୍ତମାନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେ ଜାମିନ୍ ପାଇଁ ଆବେଦନ କରିଥିବାବେଳେ, କୋର୍ଟ ଏହି ଜାମିନ୍ ଆବେଦନକୁ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତଙ୍କୁ ତାଙ୍କୁ ପଠାଇ ଦେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ପରମେଶ୍ୱରଙ୍କୁ ଚାନ୍ଦବାଲି ଜେଏମଏଫଏସି କୋର୍ଟରେ ହାଜର କରିଥିଲା ପୋଲିସ ।
ଅନ୍ୟପକ୍ଷେ, ହତ୍ୟା ମାମଲରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଡିଜିପି ନିର୍ଦ୍ଦେଶ ଦେବା ପରେ ତଦନ୍ତଭାର ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଛନ୍ତି । ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ଟିମ ଗଠନ କରାଯିବା ନେଇ ସୂଚନା ଦେଇଛନ୍ତି ସଂଜୀବ ପଣ୍ଡା । ଅନ୍ୟପକ୍ଷେ ଭୁବନେଶ୍ୱରରୁ ମିଳିଛି ଫେରାର ଶର୍ମିଷ୍ଠା ରାଉତଙ୍କ କାର । ଏୟାରଫିଲଡ ଥାନା ସ୍କାଏ ଟାୱର ଆପାର୍ଟମେଣ୍ଟ ଗ୍ୟାରେଜରୁ ଗାଡ଼ି ମିଳିଥିବା ସୂଚନା ।ତେବେ ଗାଡ଼ିଟି ଶର୍ମିଷ୍ଠାଙ୍କ ନାଁରେ ରହିଛି । ଗାଡିର ଇନ୍ସ୍ୟୁରାନ୍ସ ସରି ଯାଇଥିବା ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ ମଧ୍ୟ ନାହିଁ । ଘଟଣାରେ ମାନସଙ୍କୁ ଅପହରଣ ପଛରେ ଏହି ଗାଡିର ବ୍ୟବହାର କରା ଯାଇଥିବା ସ୍ପଷ୍ଟ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ ବି ଫେରାର ଅଛନ୍ତି ।
ଘଟଣାରେ ସୋମବାର ଦିନ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସାମିଲ ଥିବା ନେଇ ଗିରଫ ହୋଇଥିଲେ । ସେହିଭଳି ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତକୁ ମଧ୍ୟ ଗତକାଲି ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ହତ୍ୟା ଘଟଣା ପରେ ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ରି-ପ୍ଲାନ କରିଥିଲା ପରମେଶ୍ବର ।ତେବେ ଭଦ୍ରକ ପୋଲିସର ଜେରା ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା। ତେବେ କୋର୍ଟ ଏହି ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।ଘଟଣାରେ ଏବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କୌଣସି ଟେର ପାଇପାରୁନାହିଁ ପୋଲିସ । ଏନେଇ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।