କୋଶଳେଶ୍ୱର ଶୈବ ପୀଠ

0

(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ସୁବର୍ଣ୍ଣପୁର ସହର ଉପକଣ୍ଠ ବୈଦ୍ୟନାଥ ଗ୍ରାମରେ ଅବସ୍ଥିତ କୋଶଳେଶ୍ୱର ମନ୍ଦିର ଏକ ପ୍ରାଚୀନ ଶୈବ ପୀଠ । ଶୈବପୀଠକୁ ଲାଗି ତେଲ ନଦୀ ପ୍ରବାହିତ । ମନ୍ଦିରଟି ସପ୍ତମ କିମ୍ବା ଅଷ୍ଟମ ଶତାଦ୍ଦୀର ନିର୍ମିତ ହୋଇଥିବା ଏହାର ନିର୍ମାଣ କୌଶଳ ଓ ଭାସ୍କର୍ଯ୍ୟ ଶିଳ୍ପରୁ ଐତିହାସିକମାନେ ଅନୁମାନ କରନ୍ତି । କାହିଁ କେତେ କାଳରୁ ମନ୍ଦିରରେ ମାତଙ୍ଗୀ ମହାଲକ୍ଷ୍ମୀ ମୂର୍ତ୍ତି ପୂଜା ପାଉଛନ୍ତି । ଦେବୀ ମାତଙ୍ଗୀ ଏକଦା ଗୃହଲକ୍ଷ୍ମୀ ମୂର୍ତ୍ତି ପୂଜା ପାଉଚନ୍ତି । ଦେବୀ ମାତଙ୍ଗୀ ଏକଦା ଗୃହଲକ୍ଷ୍ମୀ ଭବେ ସୋମବଂଶୀ ରାଜା ପରିବାରରେ ପୂଜା ପାଉଥିବାର ପ୍ରମାଣ ମିଳେ । ଏଣୁ ମନ୍ଦିରଟି ସେହି ସମୟରେ ସୋମବଂଶୀ ରାଜା ମହାଭବଗୁପ୍ତଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅନୁମାନ । ମନ୍ଦିର ପରିସରରେ ଅନନ୍ତ ଶୟନ ମୂର୍ତ୍ତି ସୁଶୋଭିତ । ଛତିଶଗଡ଼ରେ ରାଜୀମସ୍ଥିତ ରାଜୀବଲୋଚନ ମନ୍ଦିରର ଭାସ୍କର୍ଯ୍ୟ ଶିଳ୍ପ ସହ କୋଶଳେଶ୍ୱର ମନ୍ଦିରର କାରୁକାର୍ଯ୍ୟରେ ଅନେକ ସାମଞ୍ଜସ୍ୟ ପରିଲିକ୍ଷିତ ହୁଏ । ମନ୍ଦିରର କେତେକ ସ୍ଥାନରେ ବୌଦ୍ଧ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ମୁଖଶାଳାରେ ନାଗକନ୍ୟା , ପରୀକନ୍ୟା ,ଗଶେଷ, କାର୍ତ୍ତିକେୟ , ଅଳସକନ୍ୟା , ଦଶମୁଣ୍ଡା, ମହାକଳାର ଆଦି ମୂର୍ତ୍ତି ଖୋଦିତ । ମହାଶିବରାତ୍ରି ଶୀତଳଷଷ୍ଠୀ କୁମାର ପୂର୍ଣ୍ଣିମା ଏବଂ ଦୀପାକଳୀ ମନ୍ଦିରର ମୁଖ୍ୟ ପର୍ବ । କୋଶଳଳେଶ୍ୱରଙ୍କ ଶ୍ରାବଣରେ ଜଳାଭିଷେକ କଲେ ଭକ୍ତର ମନୋବାଞ୍ଚି ପୂର୍ଣ୍ଣ ହୋଉଥିବା ବିଶ୍ୱାସ ।