(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ତମିଲ ନାଡ଼ୁ ଅନ୍ତର୍ଗତ ତିରୁନେଲେୱଲରରେ ଶଙ୍କରାନାରାୟଣ ମନ୍ଦିର ଅବସ୍ଥିତ । ଯାହାକି ସ୍ଥାନୀୟ ଅଂଚଳରେ ପ୍ରତେକ୍ଷ ଠାକୁର ବୋଲି ବିଶ୍ୱାସ ରହିଛି । ଶଙ୍କରନାରାୟଣ ହେଉଛନ୍ତି ଶିବ ଓ ବିଷ୍ଣଙ୍କ ସମାହାର । କିମ୍ବଦନ୍ତୀ ଅନୁଯାୟୀ ଏକଦା ଶିବ ଓ ବିଷ୍ଣଙ୍କ ଭକ୍ତଙ୍କ ମଧ୍ୟରେ କଳହ ତୀବ୍ର ରୂପ ଧାରଣ କରିବାରୁ ଦୁଇ ଦେବତାଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଦୁହେଁ ଏକ ଓ ଅଭିନ୍ନ ବୋଲି ଭକ୍ତଙ୍କୁ ବୁଝାଇ , ସେମାନେ ଶାନ୍ତ କରିଥିଲେ । ଏହି ମନ୍ଦିର ଉଭୟ ଶୈବ ଓ ବୈଷ୍ଣବଙ୍କ ପାଇଁ ଏକ ପବିତ୍ର ପୀଠ । ୯୦୦ ଖୀଷ୍ଟାଦ୍ଦରେ ମନ୍ଦିର ତୋଳାଇଥିଲେ ଉକ୍କୀର ଫାଡ଼ିୟାନ । ମନ୍ଦିକୁ ନେଇ ବହୁ କାହାଣୀ କିମ୍ବଦନ୍ତୀ ରହିଛି । ଏକ କିଂବଦନ୍ତି କହେ ଏକଦା ଏହି ସ୍ଥାନରେ ମନୋରମ ରାଜକୀୟ ଉଦ୍ୟାନଟିଏ ଥିଲା । ଜଣେ ଦେବତା ପାର୍ବତୀଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇ , ମଣିଷ ଜନ୍ମ ପାଇଥିଲେ ଏବଂ ଏହି ଉଦ୍ୟାନରେ ମାଳୀ ଭାବେ ନିଯୁକ୍ତି ହୋଇଥିଲେ । ସେ ଏଠାରେ ଏକ ଉଇ ହୁଙ୍କା ମଧ୍ୟରେ ଶିବଲିଙ୍କ ଉଦ୍ଧାର କରିବା ସହ ମନ୍ଦିର ତୋଳାଇଥିଲେ । ତମିଳ ଭାଷାରେ ଉଇ ହୁଙ୍କାରୁ ବନମୀକମ କୁହାଯାଏ । ତେଣୁ ହୁଙ୍କାରୁ ଉଦ୍ଧାର କରାଯାଇଥିବା ଶିବଲିଙ୍ଗ ବନମୀଗାନ୍ଧାର ଭାବେ ନାମିତ । ମନ୍ଦିରର ଶଙ୍କରନାରାୟଣଙ୍କ ପ୍ରତିମା ସହ ଏହି ଶିବଲିଙ୍ଗ ଏବଂ ଗୋମତୀ ଆମ୍ମା ପୂଜାପାଉଛନ୍ତି ।