ଭୁବନେଶ୍ୱର: ମଣିପରଲ ହସ୍ପିଟାଲ ଭୁବନେଶ୍ୱର ଠାରେ ଏକ ଅତ୍ୟାଧୁନିକ ଷ୍ଟେଟ -ଅଫ-ଦି-ଆର୍ଟ ଡାଏବେଟିକ୍ କେୟାର କ୍ଲିନିକ ଆରମ୍ଭ ହୋଇଛି । ଯାହାକି ପୂର୍ବଭାରତର ଏକ ଅତ୍ୟାଧୁନିକ କ୍ଲିନିକ ଆଟ । ଯାହା ଫଳରେ ରୋଗୀମାନେ ବୈଜ୍ଞାନିକ ରିର୍ସଚ୍ଚ ଉପରେ ଆଧାରିତ ତଥ୍ୟ ମାଧ୍ୟମରେ ଚିକିତ୍ସା ସହଜରେ କରିପାରିବେ ।ଏହି ଡାଏବେଟିକ କେୟାର କ୍ଲିନିକକୁ ମଣିପାଲ ହସ୍ପିଟାଲର ଳ କ୍ଲଷ୍ଟର ଡାଇରେକ୍ଟର ସୁଧାକର କାନ୍ତିପୁଡି , ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର, ରିଜିଓନାଲ ହେଡ ମାକେଟିଂ , ଡାକ୍ତର ଭାବନା ବଦ୍ରିନାରାୟଣଙ୍କ ସମେତ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ଡାଏବୋଲୋଜିଷ୍ଟ ତଥା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ ଅଗ୍ରୱାଲ ଏବଂ ଡାକ୍ତର ଅଙ୍କିତା ତିୱାରୀ ଉପସ୍ଥିତ ଥିଲେ ।
ଭାରିତରେ ଡାଏବେଟିସ ରୋଗ ଦୃତ ଗତିରେ ବୃଦ୍ଧି ପାଉଛି । ଯାହା ଚିନ୍ତାଜନକ । ବର୍ତ୍ତମାନ ସମୟରେ ୧୦ କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଏବଂ ଅନ୍ୟ ୧୩.୫କୋଟି ଲୋକ ହାଇ ରିସ୍କ ଗୃପରେ ଅଛନ୍ତି । କେବଳ ଓଡିଶାରେ ୫୦ ଲକ୍ଷ ଲୋକ ଡାଏବେଟିସ ରୋଗରେ ପୀଡିତ ଅଛନ୍ତି – ଯାହା ମଧ୍ୟରୁ ପ୍ରାୟ ୭୦%ଲୋକଙ୍କ ରକ୍ତ ଶର୍କରା ହାର ଭଲ ଭାବେ ନିୟନ୍ତ୍ରଣରେ ନାହିଁ ।
ଏହି ସ୍ୱାସ୍ଥୃ ସଙ୍କଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି , ମଣିପାଲ ହସ୍ୱିଟାଲ ଭୁବନେଶ୍ୱରର ଡାଏବେଟିକ କେୟାର କ୍ଲିନିକକୁ ଏକ ସଂପୂର୍ଣ୍ଣ ଡାଏବେଟିସ ପରିଚାଳନା ପାଇଁ ଏକ ଓନ-ଷ୍ଟାପ କ୍ଲିନିକ ଭାବରେ ଆରମ୍ଭ କରାଯାଇଛି । ଏଠାରେ କେବଳ ରକ୍ତରେ ସୁଗର ନିୟନ୍ତ୍ରଣ ନୁହେଁ ବରଂ ସ୍ମାର୍ଟ ସୁଗର କଣ୍ଟ୍ରାଲ’ ଉପରେ ଯୋର ଦିଆଯାଇଛି । ଯାହାର ଅର୍ଥ ହେଉଛି । ପ୍ରାରମ୍ଭିକ ଚିହ୍ନଟ , ନିୟମିତ ମନିଟରିଂ ବହୁ-ବିଶେଷଜ୍ଞ ସହଯୋଗ ଓ ଦୀର୍ଘକାଳୀନ ଜଟିଳତା ରୋଧ ପାଇଁ ପ୍ରତିରୋଧାତ୍ମକ ଚିକିତ୍ସାରେ ଗୁରୁତ୍ୱ ଦିଆଯାଉଛି ।