ମଣିପାଲ ହସ୍ପିଟାଲ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ

0

ଭୁବନେଶ୍ଵର:  ଆଜି ହେଉଛି ବିଶ୍ଵ ପାର୍କିନସନ୍ ଦିବସ । ପାର୍କିନସନ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଅପ୍ରେଲ ମାସ ୧୧ତାରିଖକୁ ବିଶ୍ଵ ପାର୍କିନସନ୍ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ମଣିପାଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ବିଭିନ୍ନ ସମାଜର ଯଥା rotary କ୍ଲବ ,lions କ୍ଳବ walkersକ୍ଳବର ଶହେରୁ ଉର୍ଦ୍ଧ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣିପାଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୁଁୟା ଡାକ୍ତର ଲଷ୍ମୀ ଧର ପାରୀ ଏବଂ ଡାକ୍ତର ଆକାଶ ଅଗ୍ରୱାଲ ଯୋଗ ଦେଇଥିଲେ।

ଏହି ଅବସରରେ ଡାକ୍ତର ଏଲ ଡ଼ି ପାଢ଼ୀ ପାର୍କିଂନସନର ରୋଗର କାରଣ, ଲକ୍ଷଣ ଓ ସଠିକ୍ ଚିକତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁ କହିଥିଲେ ଯେ ସମୟୋପଯୁକ୍ତ ଚିକତ୍ସା ଏବଂ ସଠିକ ଜୀବନ ଶୈଳୀ ଦ୍ଵାରା ପାର୍କିନସନ୍ରୋଗ ସହ ଏକ ସନ୍ତୁଷ୍ଟ ଜୀବନ ବଂଚିବା ସମ୍ଭବହୋଇଥାଏ ବୋଲି କହିଥିବା ବେଳେ ଡାକ୍ତର ଆକାଶ ଅଗ୍ରୱାଲ ଡିପ ବ୍ରେନଷ୍ଟିମମ୍ୟୁଲେସନ (DBS ) ବିଷୟରେ ଆଲୋଚନା କରିଥିଲେ,  ଯାହା ବ୍ରେନ ସେଂସିଂଟେକ୍ନୋଲୋଜି ବ୍ୟବହାର କରି ରୋଗୀଙ୍କ ଜୀଵନକୁ ଉନ୍ନତ ମାନର କରେ ।  ଏହି ଚିକତ୍ସା ଅତ୍ୟଧିକ ଭାବେ ରୋଗୀଙ୍କୁ ସାହାଯ୍ୟ କରେ। ପାର୍କିନସନ୍ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ଅନ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନେକ ପାର୍କିନସନ୍ରୋଗୀ, ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟାନ ବିଭାଗର ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ମଣିପାଲ ହସ୍ପିଟାଲ ବିଷୟରେ ଭାରତରେ ବାର୍ଷିକ ୭ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉ ଥିବା ଲୋକଙ୍କ ମଧ୍ୟରେ ଆସ୍ପି ଓନିରିନ୍ହେଲ୍ଥକେୟାର, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହାର ମଲ୍ଟିସ୍ପେଶାଲିଟି ଏବଂ ତୃତୀୟ ସ୍ତରୀୟ ଯତ୍ନ ବିତରଣ ସ୍ପେକ୍ଟ୍ରମ ମାଧ୍ୟମରେ ଏକ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାରେ ସେବାରେ ବିସ୍ତାର କରିବା ଏହାର ଲକ୍ଷ୍ୟ । ମଣିପାଲ ହସପିଟାଲ ସମଗ୍ର ବିଶ୍ୱର ଅନେକ ରୋଗୀଙ୍କ ପାଇଁ ବ୍ୟାପକ ରୋଗ ନିରାକରଣ ଏବଂ ପ୍ରତିଷେଧକ ଯତ୍ନ ପ୍ରଦାନକରିଥାଏ । ମଣିପାଲ ହସ୍ପିଟାଲ ନଏବିଏଚ, ଏବଂ ଏଏଏଚଆର ପିପି ସ୍ୱୀକୃତି ପ୍ରାପ୍ତ ଏବଂ ଏହାର ନେଟୱାର୍କର ଅଧିକାଂଶ ଡାକ୍ତରଖାନା ହେଉଛି ଏନଏବିଏଲ୍‌, ଇଆର ଏବଂ ବ୍ଲଡ ବ୍ୟାଙ୍କ ସ୍ୱୀକୃତି ପ୍ରାପ୍ତ ଏବଂ ନର୍ସିଂଉତ୍କର୍ଷତା ପାଇଁ ସ୍ୱୀକୃତି ପ୍ରାପ୍ତ। ମଣିପାଲ ହସ୍ପିଟାଲ ମଧ୍ୟ ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ଭାରତର ସବୁଠାରୁ ସମ୍ମାନ ଜନକ ଏବଂ ରୋଗୀ ସୁପାରିଶ କରାଯାଇଥିବା ଡାକ୍ତରଖାନା ଭାବରେ ସ୍ୱୀକୃତି ପାଇଛି।