ମଣିପୁର : ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କାରକେଡକୁ ଗୁଳିମାଡ । କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ଜଣାପଡିଛି। ତେବେ ଏହି ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା କୁହାଯାଇଥିବା ବେଳେ ଏଥିରେ ରାଜ୍ୟ ପୋଲଇସ ସିଆଇଡି, ସିଆଇଏସଏଫ ଯବାନଙ୍କ ସମେତ ୨ ସୁରକ୍ଷା କର୍ମୀ ଆହତ ହୋଇଥିବା କୁହାଯାଉଛି । ଗତ ୨ ଦିନ ଧରି ଲଗାତାର ଭାବେ ଜିରିବାମରୁ ଆକ୍ରମଣର ଖବର ଆସୁଛି , ଏହି କାରଣରୁ ଏଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତେଣୁ
ଆଜି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ହିଂସା ପ୍ରଭାବିତ ଜିରବାମ ଜିଲ୍ଲାକୁ ଯାଉଥିଲା। କିନ୍ତୁ ଏହା ପୂର୍ବରୁ କାଙ୍ଗପୋକ୍ପି ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର କୋଟଲେନ ଗ୍ରାମ ନିକଟରେ ଲୁଚି ରହିଥିବା ସନ୍ଦିଗ୍ଧ ଆତଙ୍କବାଦୀ କାରକେଡ୍ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ଗାଡ଼ିରୁ ବାହାରି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦେଇଥିଲେ। ଏଥିରେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ବର୍ତ୍ତମାନ ଦିଲ୍ଲୀରେ ଥିବା ଜଣାପଡ଼ିଛି।